Education

ନବାଗତ ଯୁକ୍ତ ୨ କଳା ପ୍ରଥମ ବର୍ଷ ଶିକ୍ଷ୍ୟାର୍ଥୀ ମାନଙ୍କୁ ସ୍ୱାଗତ l


ହରଭଙ୍ଗା-( ଚିତ୍ତରଞ୍ଜନ ସିଂହ) ରାଜନ୍ଦ୍ର ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧଳପୁର ଠାରେ ନବାଗତ ଯୁକ୍ତ ୨ କଳା ପ୍ରଥମ ବର୍ଷର ଶିକ୍ଷ୍ୟାର୍ଥୀ ମାନଙ୍କୁ ମହା ସମାରୋହରେ ସ୍ୱାଗତ କରାଯାଇଛି। ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାବୁଲାଲ ଭୋକ୍ତାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ପ୍ରଥମେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ରୁପେ ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଓମ ପ୍ରକାଶ ପ୍ରଧାନ ମୁଖ୍ୟ ବକ୍ତା ହିସାବରେ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ମହାକୁଳ ସମ୍ମାନିତ ଅତିଥି ରୁପେ, ବ୍ରାହ୍ମଣୀପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାକୁଡ଼, ଗୋଷ୍ଟି ସାଧନ କେନ୍ଦ୍ର ସଂଯୋଜକ, ଧଳପୁର ଶ୍ରୀଯୁକ୍ତ ସତ୍ୟ ନାରାୟଣ ନାଏକ, ବିଦ୍ୟାଳୟର ପୂର୍ବତନ କିରାଣୀ ଶ୍ରୀଯୁକ୍ତ ଯ6ଜ୍ଞଶ୍ୱର ମହାକୁଡ଼ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହ ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ତୁଳନା କରି ଶୃଙ୍ଖଳିତ ଜୀବନ ଯାପନ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଅନ୍ୟ ଅତିଥି ମାନେ ସମୟ ଜ୍ଞାନ, କଠିନ ପରିଶ୍ରମ ର ମୂଲ୍ୟ ଉପରେ ଆଲୋକପାତ କରିଥିଲେ। ମଞ୍ଚକୁ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ଭୋକ୍ତା ପରିଚାଳନା କରିଥିଲାବେଳେ ଅତିଥି ଅଧ୍ୟାପକ ଶ୍ରୀଯୁକ୍ତ ମେଘୁ ମହାକୁଡ଼ ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶ୍ରୀଯୁକ୍ତ ରାକେଶ ବେହେରା ପରିଚାଳନା କରିଥିଲା ବେଳେ ଶ୍ରୀମାନ ଆଦର୍ଶ ଚନ୍ଦ୍ର ପୁହାଣ ଧନ୍ୟବାଦ ଅର୍ପଣ କରିଥଲେ। ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ୨ କଳା ଦ୍ୱିତୀୟ ବର୍ଷ ର ଛାତ୍ରୀ ସୁଶ୍ରୀ ଲିପି ପ୍ରଧାନ ଓ ସୁଶ୍ରୀ ସାଗରିକା ବାରିକ ନିଜର ଅନୁଭୂତି ବାଣ୍ଟିଥିଲେ। ଏ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିବାରେ ସହଯୋଗ କରିଥିଲେ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ଶ୍ରବଣ କୁମାର ମହାକୁଡ଼, ଶ୍ରୀମାନ ସନ୍ତୋଷ କୁମାର ମଲ୍ଲିକ, ଶ୍ରୀମତୀ ଝିଲି ସାହାଣୀ, ଶ୍ରୀମତୀ ସ୍ୱପ୍ନାରାଣୀ ମହାପାତ୍ର, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ସାହୁ, ଶ୍ରୀଯୁକ୍ତ ବିଘ୍ନେଶ୍ୱର ସାମନ୍ତରାୟ, ଅତିଥି ଅଧ୍ୟାପକ ଶ୍ରୀମାନ ସଚ୍ଚିଦାନନ୍ଦ କର୍ଣ୍ଣ, ଶ୍ରୀମାନ ସ୍ମରଣ ମାହାର, ଅଧ୍ୟାପିକା ସୁଶ୍ରୀ ସୋନାଲି ପ୍ରଧାନ, ଶ୍ରୀମତୀ ପ୍ରିୟଙ୍କା ପ୍ରଧାନ, ଶ୍ରୀମତୀ ଜୋସ୍ମିନ ପ୍ରଧାନ ତଥା ବିଦ୍ୟାଳୟ ର ଅନ୍ୟ କର୍ମଚାରୀ ଗଣ।

Related Articles

Back to top button