ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ


କଣ୍ଟାମାଳ: -୨୧/୦୭/୨୦୨୫: ସମର୍ଥ ନିୟୁଜ (ପ୍ରଭାତ କୁମାର ସାହୁ) ଶ୍ରାବଣ ମାସର ଦ୍ୱିତୀୟ ସୋମବାରକୁ ସ୍ମରଣୀୟ କରିବାକୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଙ୍କ ତତ୍ତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନ ବିଭାଗ ର ବନରକ୍ଷୀ ରୀନା ନାଏକ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ।ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଚାର୍ଯ୍ୟା ଝରଣା ପ୍ରଧାନ ଉପସ୍ଥିତ ରହି ବୃକ୍ଷ ରୋପଣ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ସନ୍ଧ୍ୟାରାଣି ମନହିରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିଶୁ ବାଟିକା ପ୍ରମୁଖ ସାଇବାନି ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶିଶୁ ଭାରତୀ ର ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଶିଶୁ ଭାରତୀ ର ଅଧ୍ୟକ୍ଷା ଆକୃତି ସାହୁ , ଉପାଧ୍ୟକ୍ଷା ମୋନାଳ ସାହୁ, ମନ୍ତ୍ରୀ ସୃନ୍ତିରାଣୀ ବେହେରା, ଉପସେନାପତି ବିଶ୍ୱଜିତ୍ ବେହେରା ,ଉପମନ୍ତ୍ରୀ ଶ୍ରୀୟା ବାରିକ , ସେନାପତି ରାଜୁ ସାହୁ ବୃକ୍ଷରୋପଣ କରିଥିଲେ। ସେହିପରି ଶେଷରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା । ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ , ବିକାଶ ସାହୁ,ଆଶିଷ କୁମାର ମହାରଣା , ନେପାଳ ପ୍ରଧାନ , ଆଚାର୍ଯ୍ୟl , ମମିତା ରଣା , ବେଦମତି କୁଦେଇ ,ଖିରବତି ଭୋଇ,ସୁରୁସୂତା ଭୋଇ,ରାଜକୁମାର ରଣା ,ଅଙ୍କିତାଶ୍ରୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ବନ୍ଧୁ ଉପସ୍ଥିତ ରହି ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




