ମହାପୁରୁଷ ହାଡିଦାସ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ


ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ଛତିଆ ହାଡିଦାସ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ବଡ଼ଚଣା ବିଧାୟକ ଅମର କୁମାର ନାୟକ ସମୀକ୍ଷା କରିଛନ୍ତି । ଏହି ଅବସରରେ କଲେଜର ଛାତ୍ରୀ ନିବାସ ନିର୍ମାଣ ପାଇଁ ୩ କୋଟି ୩୦ ଲକ୍ଷ ଅନୁଦାନ ମଞ୍ଜୁର, କଲେଜ ପରିସରରେ ୧୦୦ କେ ଭି ବିଦ୍ୟୁତ୍ ଗୁନାନ୍ସ ଫୋରମର ସ୍ଥାପନ ନିମନ୍ତେ ପ୍ରସ୍ତାବ, ଲାବୋର୍ଟରି, ଶ୍ରେଣୀ ଗୃହ ଓ ପାଠାଗାର ଉନ୍ନତି ପାଇଁ ନିଷ୍ପତି ଗ୍ରହଣ କରିଥିଲେ | କଲେଜର ବିଭିନ୍ନ ବିଭାଗର ମାନଙ୍କ ଓ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କ ସହ ଆଲୋଚନାରେ ସମାଜ ପାଇଁ ଉଚ୍ଚ କୋଟୀର ସେବା ପ୍ରଦାନ ପାଇଁ ମତ ପ୍ରଦାନ କରିଥିଲେ । କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଡଃ ମନୋଜ କୁମାର ମିଶ୍ର, ଅର୍ଥ ନୀତି ବିଭାଗର ମୁଖ୍ୟ ଡଃ ନିରଞ୍ଜନ ପାତ୍ର ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ସ୍ଥାନୀୟ ଜନ ପ୍ରତିନିଧ୍ୟ ପୂର୍ବତନ ମଣ୍ଡଳ ସଭାପତି ବିକାଶ କୁମାର ମହାପାତ୍ର, ଛତିଆ ପଞ୍ଚାୟତ ସଭାପତି ରଞ୍ଜନ କୁମାର୍ ସାହୁ, ପୂର୍ବତନ ସରପଂଚ ନୀଳମଣି ରାଉତ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।କଲେଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ରୋଜ ମ୍ୟାପ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ କଲେଜର ଅଧ୍ୟକ୍ଷ ଙ୍କ ସମେତ ସମସ୍ତ କର୍ମକର୍ରା, ସ୍ଥାନୀୟ ଜନସାଧାରଣ ବିଧାୟକ ମହୋଦୟଙ୍କୁ ଧନ୍ୟବାଦ୍ ହୋ ସହ କୃତଜ୍ଞତା ଜ୍ଞାପନ କରିଥିଲେ।




