ବିଞ୍ଝାରପୁର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ କମ୍ପାନୀର ଜନ୍ମଦିନ ପାଳିତ


ଆଜି ସନ୍ଧ୍ୟାରେ ବିଞ୍ଝାରପୁର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସଭାଗୃହ ପରିସରରେ ଭାରତର ଅନ୍ୟତମ ଶ୍ରେଷ୍ଠ ଡାଇରେକ୍ଟ ସେଲିଂ କମ୍ପାନୀ ଆସ୍ଲିପିୟେସ୍ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ଏକାଦଶ ବାର୍ଷିକୀ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦିବସ ପାଳନ ଅବସରରେ ସର୍ବପ୍ରଥମେ ଫକୀର ଚରଣ ସାହୁ କମ୍ପାନୀର ଜନ୍ମ ଇତିହାସ ବର୍ଣ୍ଣନା କରିବା ସହ କୋଟି କୋଟି ଜନ ସାଧାରଣଙ୍କୁ କିପରି ଏହି କମ୍ପାନୀ ସୁସ୍ଥତାର ସୁଗନ୍ଧରେ ବିମୋହିତ କରିବା ସହ ଆର୍ଥିକ ଉନ୍ନତି ପଥରେ ଆଗେଇ ନେଇଛି ଏସଂପର୍କରେ ଆଲୋଚନା କରିଥିଲେ।କମ୍ପାନୀର ଟପ୍ ଲିଡର ରାଜ କିଶୋର ସାହୁ କମ୍ପାନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ଏହାର କେତୋଟି ଜଣାଶୁଣା ଫଳପ୍ରଦ ପ୍ରଡକ୍ଟ ସମ୍ପର୍କରେ ଅବଗତ କରାଇଥିଲେ।ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ , ଡାକ୍ତର ବିଜୟ କୁମାର ସାହୁ, ଡାକ୍ତର ହରେଶ ରଞ୍ଜନ ଦାସ ମିଳିତ ଭାବେ କମ୍ପାନୀର ୧୧ତମ ଜନ୍ମଦିନରେ ପ୍ରଦୀପ ପ୍ରଜ୍ବଳନ କରିବା ସହ କେକ୍ କାଟି ଥିଲେ। ସ୍ଥାନୀୟ ପୋଲିସ କର୍ମଚାରୀ ବେଣୁଧର ମଲ୍ଲିକଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।




