ଡ଼ିଏଭି ପବ୍ଲିକ ସ୍କୁଲ ଏମସିଏଲ କଳିଙ୍ଗ କ୍ଷେତ୍ରରେ ଭାଷା ସମ୍ମିଳନୀ ଅନୁ୍ଷ୍ଠିତ


ତାଳଚେର, ୦୯/୧୧ ତାଳଚେର ଡ଼ିଏଭି ପବ୍ଲିକ ସ୍କୁଲ ଏମସିଏଲ କଳିଙ୍ଗ କ୍ଷେତ୍ରରେ ଆୟୋଜିତ ହୋଇ ଯାଇଛି ଭାଷା ସମ୍ମିଳନୀ । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଓଡ଼ିଆ, ସଂସ୍କୃତ, ହୀନ୍ଦି ଏବଂ ଇଂରାଜୀ ବିଭାଗ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ବିଦ୍ୱାନ ସାହିତ୍ୟକଗଣ ଆମନ୍ତ୍ରିତ ହୋଇଥିଲେ । ଓଡ଼ିଆ ଭାଷାର ବିଶିଷ୍ଟ ଲେଖକ ତଥା ପ୍ରଫେସର୍ ବାବାଜୀ ଚରଣ ପଟ୍ଟନାୟକ ସମାଜରେ ମାତୃଭାଷାର ଭୂମିକା ଉପରେ ଆଲୋକପାତ କରିଥିଲେ । ଚରିତ୍ର ଗଠନରେ ସାହିତ୍ୟର ଭୂମିକା ଅତ୍ୟନନ୍ତ ଗୁରୁତ୍ୱପୂର୍ଣ୍ଣ ମତବ୍ୟକ୍ତ କରି ଉତମ ଚରିତ୍ର ଗଠନ ନିମନ୍ତେ ଛାତ୍ରଛାତ୍ରମୀାନଙ୍କୁ ଉପଦେଶ ଦେଇଥିଲେ । ସଂସ୍କୃତ ଭାଷାର ବିଶିଷ୍ଟ ପ୍ରଫେସର ଡ଼ଃ ପ୍ୟାରିମୋହନ ପଟ୍ଟନାୟକ ମୂଳମନ୍ତ୍ର ଉପରେ ନିଜର ବକ୍ତବ୍ୟରେ ପ୍ରକାଶ କରି ସୁଖର ୬ଗୋଟି ସୂତ୍ରକୁ ବ୍ୟାଖ୍ୟା କରିଥିଲେ । କୋମଳମତି ଛାତ୍ରଛାତ୍ରୀଙ୍କ ହୃଦୟରେ ଆତ୍ମ ପରିଚୟକୁ ଗୁରୁତ୍ୱ ଦେବାକୁ ପ୍ରକାଶ କରିଥିଲେ । ଇଂରାଜୀ ଭାଷାର ଅତିଥି ଉଚ୍ଚଶିକ୍ଷା ବିଭାଗର ପୂର୍ବତନ ଆଂଚଳିକ ନିର୍ଦ୍ଦେଶକ ପ୍ରଫେସର୍ କମଳପ୍ରସାଦ ମହାପାତ୍ର ଭାରତୀୟ ସାହିତ୍ୟ ସମୀକ୍ଷାରୁ ଉତ୍କୃଷ୍ଠ ଏବଂ ସାହିତ୍ୟର ସମାଜ ଉପରେ ସାହିତ୍ୟର ପ୍ରଭାବ ଉପରେ ବ୍ୟାଖ୍ୟା କରିଥିଲେ । ହିନ୍ଦୀଭାଷାରେ ଏମସିଏଲ କଣିହାଁ ମହାପ୍ରପବନ୍ଧକ ଦିନେଶ ମାଲୀ ପ୍ରକାଶ କରିଥିଲେ କି ହିନ୍ଦୀ ଏକତା ସୂତ୍ରରେ ବାନ୍ଧି ରଖେ । ପ୍ରକୃତ ଆନନ୍ଦ ସାହିତ୍ୟରୁ ମିଳିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା କବିତା ପାଠ କରାଯାଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ତଥା ସହକାରୀ ଅଧିକାରୀ ପ୍ରଶାନ୍ତ ପଣ୍ଡା ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ଭାଷା ସମ୍ମିଳନୀର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂଙ୍ଗୀତ ନୃତ୍ୟ ପରିବେଶଣ କରାଯାଇଥିଲା । ଉତ୍ସବର ଶେଷରେ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ଡ଼ଃ ବିସ୍ମୟ କହ୍ନେୟା ଆଚାର୍ଯ୍ୟ ଧନ୍ୟପ୍ରଦାନ କରିଥିଲେ ।




