Breaking News

UAS ବିରୋଧରେ ହରଭଙ୍ଗା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ 

       ଆଜି ପୁରୁଣା କଟକ ଉଚ୍ଚ ବିଦ୍ୟାଳୟ ଠାରେ ହରଭଙ୍ଗା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର ବୈଠକ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ଜିଲ୍ଳା NPS ସଙ୍ଘ ସାଧାରଣ ସମ୍ପାଦକ ମହେଶ କୁମାର ସେଠୀ ସ୍ବାଗତ ଭାଷଣ ଦେବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ବିଦ୍ୟାଳୟ ମାନଙ୍କରେ UAS ସମ୍ପର୍କିତ ଭିତ୍ତିଭୂମି, ଆବଶ୍ୟକୀୟ କିରାଣି ଓ ଏହି କାର୍ଯ୍ୟ ସମ୍ପାଦନ ପାଇଁ ମୋବାଇଲ ତଥା ଡାଟା ଦେୟ ର କୌଣସି ବ୍ୟବସ୍ଥା ନ ଥିବାରୁ ଶିକ୍ଷକ ମାନେ ଏହି ବ୍ୟବସ୍ଥା କୁ ଅସହଯୋଗ ଓ ଅଗ୍ରାହ୍ୟ ପ୍ରକାଶ କରୁଛନ୍ତି।ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ମାନଙ୍କ ମୂଳ ସମସ୍ୟା ଯଥା ଠିକା ପ୍ରଥା ଉଚ୍ଛେଦ, ଛଅ ବର୍ଷର ଠିକା ଅବଧି କୁ ମୂଳ ଚାକିରୀ ରେ ଗଣନା ନ କରିବା ଓ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ନ କରିବା, ଦୀର୍ଘ ସମୟ ଧରି ପ୍ରମୋସନ ନ ହେବା ଫଳରେ ଶିକ୍ଷକ ମାନେ ମାନସିକ ସ୍ତରରେ ଅଧିକ ଚାପଗ୍ରସ୍ତ ହୋଇ ଏହି କର୍ଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ତିନିଦିନ ମଧ୍ୟରେ ପ୍ରତ୍ୟେକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଠାରୁ ଦରଖାସ୍ତ ସଂଗ୍ରହ କରାଯାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମାଧ୍ୟମରେ ସରକାରଙ୍କୁ ନିଜ ନିଜ ଦାବି ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।ଆଲୋଚନା ରେ ବିରଞ୍ଚି ନାରାୟଣ ପ୍ରଧାନ, ସାଧୁଚରଣ ଦେହୁରୀ, ସାନନ୍ଦ ମେହେର, ରଜତ ନାୟକ, ସୁଶୀଲ କୁମାର ଭୋଇ, ଦାଶରଥି ବେହେରା ଅଶେଷ ପ୍ରଧାନ, ପ୍ରତିଭୁ ପାଢ଼ୀ, ରଞ୍ଜନ ସାମଲ,ସିଦ୍ଧେଶ୍ୱର ପାଢ଼ୀ, ରାଜକିଶୋର ପୃଷ୍ଟି, ଅନିଲ କର୍ମୀ,ସତ୍ୟନାରାୟଣ ନାୟକ,ପ୍ରମୋଦ ପାଣିଗ୍ରାହୀ,ଅନିତା ହୋତା, ମମତା ଜେନା, ଯଶୋବନ୍ତୀ ଦୀପ, ଜୟନ୍ତୀ ବେହେରା , ନିର୍ମଳା ବେହେରା, ଭାରତୀ ପ୍ରଧାନ, ଜ୍ୟୋସ୍ନା ରାଣୀ ସେଠୀ ପ୍ରମୁଖ ଅଂଶଗ୍ରହଣ ପୂର୍ବକ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Related Articles

Back to top button