ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବାଘ ଆତଙ୍କ । ମୋବାଇଲ ରେ କଏଦ ହେଲା ଦୃଶ୍ୟ ।


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୋୖଦ୍ଧ-କନ୍ଧମାଳ ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ କଲରାପତାରିଆ ବାଘ ଦେଖିବାକୁ ମିଳିଛି । କାର ରେ ଯାଉଥିବା ବେଳେ ଜଣେ ଡ୍ରାଇଭର ଙ୍କ ମୋବାଇଲ ରେ କଏଦ ହୋଇଛି ଭିଡିଓ । ଏବେ ରାସ୍ତା ରେ କଲରାପତାରିଆ ବାଘ ଦେଖି ସ୍ଥାନୀୟ ଲୋକ ଆତଙ୍କିତ । ସୂଚନାମୁତାବକ କନ୍ଧମାଳ ଜିଲ୍ଲାରୁ ଜଣେ କାର ଡ୍ରାଇଭର ଭିଡିଓ ବନେଇ ବୋୖଦ୍ଧ ଜିଲ୍ଲାର ମାଧପୁର କୁ ଆସୁଥିବା ବେଳେ କନ୍ଧମାଳ-ବୋୖଦ୍ଧ ଜିଲ୍ଲାର ସୀମାନ୍ତ ଗାଡ଼ିଆପଡ଼ା ଘାଟିରେ ହଠାତ ଏକ କଲରାପତାରିଆ ବାଘ ତାଙ୍କ ଗାଡି ଆଗରେ ରାସ୍ତା ପାର କରିଥିଲା । ସେ ବାଘ କୁ ଦେଖି ଆତଙ୍କିତ ହୋଇଯାଇଥିଲେ । ଏ ଘଟଣା ବାହାରେ ପ୍ରଘଟ ହେବା ପରେ ଘାଟି ପାଖ ସ୍ଥାନୀୟ ୩ ରୁ ୪ ଖଣ୍ଡ ଗାଁ ଲୋକଙ୍କ ସମେତ ସେ ରାସ୍ତା ଦେଇ ଯାଉଥିବା ଲୋକ ମଧ୍ୟ ଆତଙ୍କିତ ଅବସ୍ଥା ରେ ରହିଛନ୍ତି । ଆଗକୁ କିଛି ବଡ ଅଘଟଣ ଘଟିବା ପୂର୍ବରୁ ବନ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ଲୋକଙ୍କୁ ସଚେତନତା କରାଇବା ପାଇଁ ସାଧାରଣ ରେ ଦାବି ହୋଇଛି । ଅନ୍ୟପଟେ କନ୍ଧମାଳ ଅଞ୍ଚଳ ରୁ ଆମ ଅଞ୍ଚଳକୁ କଲରାପତାରିଆ ବାଘ ଚଳପ୍ରଚଳ କରୁଛନ୍ତି । ତାହା ଉପରେ ଆମର ନଜର ରଖିଛୁ । ଏ ଭିଡିଓ ଟି ଗୋଟିଏ ମାସ ପୂର୍ବ ର କିନ୍ତୁ ଶିକାରୀ ଭୟ ଥିବାରୁ ତାହା ବାହାରେ ପ୍ରକାଶ କରାଯାଉନାହିଁ ବୋଲି ମାଧପୁର ବନ ଅଧିକାରୀ କହିଛନ୍ତି ।




