Breaking News

୧୦ଲକ୍ଷରୁ ଉର୍ଦ୍ଧ୍ୱ ସୁନାଗହଣା ଜବତ ୬ଗିରଫ

଼ତାଳଚେର, ୦୮/୧୧ ତାଳଚେର ଉପଖଣ୍ଡର ବିଭିନ୍ନ ଥାନା ଅଂଚଳରେ ଦୀର୍ଘଦିନ ହେବ ଲୁଟ୍‌ପାଟ୍ କରି ଆତଙ୍କ ଖେଳାଇ ଚାଲିଥିବା ଡ଼କାୟତ ଦଳର ଦୁଇଜଣ ସଦସ୍ୟଙ୍କ ସହ ୬ଜଣଙ୍କୁ ଜିଲ୍ଳା ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଠାରୁ ପୋଲିସ୍ ୧୦ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସମେତ ଲୁଟରେ ବ୍ୟବହୃତ ସାମଗ୍ରୀ ଓ ଦୁଇଟି ବାଇକକୁ ଜବତ କରିଛି । ଅଭିଯୁକ୍ତମାନେ ତାଳଚେର ସମେତ ଜିଲ୍ଳାର ବିଭିନ୍ନ ଥାନାରେ ୧୨ଟିରୁ ଉର୍ଦ୍ଧ୍ୱ ମାମଲାରେ ସମ୍ପୃକ୍ତ ଥିବା ଜିଲ୍ଳା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ସୂଚନା ପ୍ରଦାନ କରିଛନ୍ତି । ତାଳଚେର ଉପଖଣ୍ଡ, କୋଲିୟରୀ, ଗୋପାଳପ୍ରସାଦ ଓ ସମଲ ଥାନା ଅଂଚଳରେ କିଛିଦିନ ମଧ୍ୟରେ ୧୨ଟିରୁ ଉର୍ଦ୍ଧ୍ୱ ସୁନା ଚୋରୀ ହୋଇଥିବା ଘଟଣାର ଥାନାରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତିକରି ଅପରାଧି ଗୋଷ୍ଠୀଙ୍କୁ ଧରିବାକୁ ତାଳଚେର ଏସଡ଼ପିଓ ନେତୃତ୍ୱ ସ୍କ୍ୱାର୍ଡ଼ ଗଠନ କରାଯାଇ ଏହି ସ୍କ୍ୱାର୍ଡ଼ ପ୍ରାଥିମକ ପର୍ଯ୍ୟାୟରେ ଗୋଷ୍ଠୀର ଦୁଇଜଣ ସଦସ୍ୟଙ୍କୁ କାବୁ କରିନେଇଥିଲା । ଏହି ଖବର ପାଇ ମୁଖ୍ୟ ଅପରାଧି ଫେରାର୍ ହୋଇଯାଇଥିଲା । ଗିରଫ ଦୁଇ ଅଭିଯୁକ୍ତ ତାଳଚେର ଥାନା ଅନ୍ତର୍ଗତ ସ୍କଟଲାଣ୍ଡପୁର ଗ୍ରାମର ରାଜେଶ ଓରଫ ସୁଶିଲ ନାଏକ(୨୬) ଓ ବଅଁରପାଳ ଥାନା ଅନ୍ତର୍ଗତ ଖମଣ ଗ୍ରାମର ରୁନୁ ଓରଫ ଅଖିଳ ନାଏକ(୨୫) । ସେମାନଙ୍କ ଠାରୁ ଚୋରି ସୁନା କିଣିଥିବା ଅଭିଯୋଗରେ କୋଲିୟରୀ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ହରିନନା ଓରଫ ହରମୋହନ ତ୍ରିପାଠୀ, ବିକ୍ରମପୁର ଥାନା ଅଂଚଳର ଅକ୍ଷୟ ନାଏକ, ଗୋପାପ୍ରସାଦ ଥାନା ଡ଼ଅଁରା ଗ୍ରାମର ବିକାଶ ନାଏକ ଓ ପ୍ରଭାତ ନାଏକଙ୍କ ଠାରୁ ପୋଲିସ୍ ୫ଟି ସୁନାଚେନ ଜବତ କରିଥିଲା । ଜବତ ସୁନାର ମୂଲ୍ୟ ୧୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ଦୁଇଟି ବାଇକ, ୪୪ହଜାର ଟଙ୍କା, ୩ଟି ମୋବାଇଲ ଓ ଗୋଟିଏ ଛୁରୀକୁ ପୋଲିସ୍ ଜବତ କରିଛି । ଦୁଇ ଅଭିଯୁକ୍ତ ଅକ୍ଷିଳ ଓ ରାଜେଶ ନାମରେ ତାଳଚେର ଥାନାରେ ୪ଟି, କୋଲିୟରୀ ଥାନାରେ ୩ଟି, ଗୋପାଳ ପ୍ରସାଦ ଥାନାରେ ୩ଟି ଏବଂ ସମଲ ଥାନାରେ ୨ଟି ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି । ସୁଶିଲ ନାମରେ ୧୨ଟି ଓ ଅକ୍ଷିଳ ନାମରେ ୧୩ଟି ମାମଲା ରହିଛି । ଏହି ଚୋରୀରେ ସମ୍ପୃକ୍ତ ମୁଖିଆ ବିକାଶ ନାଏକ ଫେରାର୍ ରହିଛି । ତା ନାମରେ ମଧ୍ୟ ବିଭିନ୍ନ ଥାନାରେ ୩୫ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Related Articles

Back to top button