Breaking News
ତେଣ୍ଟୁଲେଇ ଗ୍ରାମର କାର୍ତ୍ତିକେଶ୍ୱର ପୂଜାର ଅନ୍ତିମ ଦିବସ


ତେଣ୍ଟୁଲେଇ ଗ୍ରାମର କାର୍ତ୍ତିକେଶ୍ୱର ପୂଜାର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ତଥା ଯୁବ ଆଇନଜୀବୀ ରାଜେଶ ଦାସ ଯୋଗ ଦେଇ ଲଡ଼ୁ ନିଲାମ କାର୍ଯ୍ୟକ୍ରମରେ ବିଜେତା ଶ୍ରଧେୟ ଜଗଦୀଶ ଦାସଙ୍କୁ ଆଜ୍ଞା ଲଡ଼ୁ ପ୍ରଦାନ କଲେ ।ଲଡ଼ୁ ୮୧ ହଜାର ଟଙ୍କାରେ ଡାକ ଯାଇଥିଲା। ବ୍ରଦର୍ସ କ୍ଲବର ସଭାପତି ଜତିଶ ପଟ୍ଟନାୟକ,ସମ୍ପାଦକ ରିଙ୍କୁ ଦାସ,ଟେଣ୍ଟୁଲେଇ ଗ୍ରାମ ପଞ୍ଚାୟତ ସରପଞ୍ଚ, ଜିଲ୍ଲା ପରିଷଦ, ଗ୍ରାମ ସଭାପତି ପ୍ରତାପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ସୁଜିତ ପଟ୍ଟନାୟକ,ନୀତିଶ ଦାସ, କାହ୍ନ ଦାସ,କୁଲୁ ପଟ୍ଟନାୟକ, ଦିବେଶ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଗ୍ରାମର ବ୍ରଦର୍ସ ବଏଜ ଯୁବକ ମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ମନୋରମ ଥିଲା।




