Breaking News

ବାଇକ ସହ ୭୦ କେଜି ଗଞ୍ଜେଇ ଜବତ, ଜଣେ ଅଭିଯୁକ୍ତ ଗିରଫ

 

କଣ୍ଟାମାଳ,୯/୧୧/୨୫:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା ଅନ୍ତର୍ଗତ ସିଲେଟପଡା ଛକ ଉଡେନ ରାସ୍ତାରୁ ବାଇକ ସହ ୭୦ କେଜି ଗଞ୍ଜେଇ ଜବତ କରିଛି ଘଣ୍ଟାପଡା ପୁଲିସ l ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ | ମିଳିଥିବା ସୂଚନା ଅନୁଯାୟୀ ଘଣ୍ଟାପଡା ଥାନା ର ଏକ ପୁଲିସ ଟିମ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସିଲେଟପଡ଼ା ଉଡେନ ରାସ୍ତାରୁ ଏକ ବାଇକ କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲା l ଯାଞ୍ଚ ସମୟରେ ତାଙ୍କ ନିକଟରୁ ଗଞ୍ଜେଇ ଜବତ୍ କରିଥିବାବେଳେ ଘଟଣାରେ ଜଣଙ୍କୁ ଗିରଫ କରିଥିଲା ଘଣ୍ଟାପଡା ପୁଲିସ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ କୁ ଓଜନ କରିବାରୁ ତାହାର ଓଜନ ୭୦କେଜି ହୋଇଥିଲା l ଗିରଫ ଅଭିଯୁକ୍ତ ହେଲେ ବୀରେନ୍ଦ୍ର ପ୍ରଧାନ, ବୟସ ୪୫ବର୍ଷ । ଏ ସମ୍ପର୍କରେ ଘଣ୍ଟାପଡା ଥାନାରେ କେସ ନମ୍ବର ୧୫୩/0୭ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଘଣ୍ଟା ପଡ଼ା ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରୀ ସୂଚନା ଦେଇଛନ୍ତି |

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button