Breaking News

କଣ୍ଟାମାଳ ବ୍ଲକ ଜୋନ ସ୍ତରୀୟ କବାଡି, ଫୁଟବଲ ଚୟନ ଶିବିର

କଣ୍ଟାମାଳ,୮/୧୧/୨୫:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଘଣ୍ଟାପଡ଼ା, କଣ୍ଟାମାଳ ଓ ମନମୁଣ୍ଡାଜୋନର ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ବିଦ୍ୟାଳୟ ସ୍ତରୀୟ କବାଡି, ଫୁଟବଲ ଖେଳାଳୀ ଚୟନ ଶିବିର ଘଣ୍ଟାପଡା ସମଲେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଖେଳ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି |ବ୍ଲକ କ୍ରୀଡା ସମ୍ପାଦକ ସୁଦାମ ଚରଣ ମିଶ୍ର ଙ୍କ ନେତୃତ୍ୱ ରେ ତଥା ଘଣ୍ଟାପଡ଼ା ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ଆୟୋଜିତ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଶୋଭ ରଞ୍ଜନ ମାଳି, ସମ୍ମାନିତ ଅତିଥି ବିଦ୍ୟାଳୟ ନୁଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ କ୍ଷେତୀ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ l ୧୪ଓ ୧୭ବର୍ଷ ରୁ କମ ବାଳକ ଓ ବାଳିକା ବିଭାଗ ରେ ପ୍ରାୟ ୧୫୦ ପ୍ରତିଯୋଗୀ ଭାଗ ନେଇଥିଲେ |ଖେଳ ପରିଚାଳନାରେ କ୍ରୀଡା ଶିକ୍ଷକ ପଞ୍ଚାନନ ପ୍ରଧାନ, ଅରୁଣ ଖଟୁଆ, ଶଶୀଭୁଷଣ ପ୍ରଧାନ,ଆଦିନାଥ ଦାସ,ବିଶ୍ୱଜିତ ପ୍ରଧାନ, ମହେନ୍ଦ୍ର କୁମାର ସାହୁ,ପ୍ରଦୀପ ପ୍ରଧାନ,ପ୍ରଦୀପ ରାଉତ, ସନ୍ତୋଷ ସାହୁ ଓ ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |ଏହି ଶିବିରରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଶିବିରରେ ଯୋଗଦେବେ ବୋଲି ସମ୍ପାଦକ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି |

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର

Related Articles

Back to top button