ଟିକାବାଲିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-2025ଅନୁଷ୍ଠିତ


ବାଳକୃଷ୍ଣ କହଁର ଙ୍କ ରିପୋର୍ଟ
————————–
ଟିକାବାଲି (ଅପ୍ର) 7/11: ମତ୍ସ୍ୟ ସମ୍ପଦ ଓ ପଶୁ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଟିକାବାଲି ସ୍ଥିତ ମାଆ ଭୈରବୀ କଲ୍ୟାଣୀ ମଣ୍ଡପ ଠାରେ ଏକ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-2025 ସଫଳତାର ସହ ଆୟୋଜିତ ହୋଇଯାଇଛି। ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ଏହାର କାର୍ଯ୍ୟକାରିତା କୁ ସୁନିଶ୍ଚିତ କରିବା।ଏହି କାର୍ଯ୍ୟକ୍ରମ ଜରିଆରେ ମାଛ, ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଓ ଘୁଷୁରୀ ଆଦି ଚାଷ କରୁଥିବା ଚାଷୀମାନଙ୍କୁ ତାଲିମ ପ୍ରଦାନ କରିବା ସହ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା, ଯାହା ଫଳରେ ସେମାନେ ଅଧିକ ଲାଭବାନ ହୋଇପାରିବ । ମେଳା ଅବସରରେ ବ୍ଲକର ବିଭିନ୍ନ ପଞ୍ଚାୟତର କେତେକ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ଏହି ଚାଷୀମାନଙ୍କୁ ଉପଢୌକନ, ମାନପତ୍ର, ଟ୍ରଫି ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏବଂ ଏହି ଅବସରରେଏହାଛଡା କୃଷି ଏବଂ ପ୍ରାଣିବିଭାଗ ର ମିଲେଟ, ହଳଦୀ ଗୁଣ୍ଡ, ଗୋଖାଦ୍ୟ ଇତ୍ୟାଦି ବିଭିନ୍ନ ଷ୍ଟୋଲ ଗୁଡ଼ିକ ମଧ୍ୟ କରାଯାଇଥିଲା | ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଜି. ଉଦୟଗିରିର ବିଧାୟକ ଶ୍ରୀଯୁକ୍ତ ପ୍ରଫୁଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କହଁର, ସାଂସଦ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର ଡାକୁଆ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଭାଗବତ ଘୋଷ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ପ୍ରଣବ କିଶୋର ପଟ୍ଟନାୟକ, ଟିକାବାଲି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁନୀଲ କୁମାର ମଲ୍ଲିକ ଏବଂ ଚକାପାଦ ବିଭିଓ ଶ୍ରୀ ଦୀପକ କୁମାର ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମଟିକୁ ଟିକାବାଲି ବି.ଏସ୍. ଶ୍ରୀ ଅସୀମ କୁମାର ଅତ୍ୟନ୍ତ ସୁନ୍ଦର ଭାବରେ ପରିଚାଳନା କରିଥିବାବେଳେ ଟିକାବାଲିର ସମସ୍ତ ଏଲ୍.ଆଇ. (L.I.) ମାନେ ସହଯୋଗ କରିଥିଲେ। ଏହି ମେଳା ଅଞ୍ଚଳର ଚାଷୀମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।




