ନୁଆପଡା ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଉଦ୍ୟମ କ୍ରମେ ୯ଟି OSRTC ବସ ପୋଲିଂ ଅଧିକାରୀ ମାନଙ୍କୁ ଆଣିବାରେ ନିୟୋଜିତ ହେବ l


ନୁଆପଡା, ତା ,୦୮ /୧୧
ଆସନ୍ତା ୭୧ ନୁଆପଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କ ସୁବିଧାଜନକ ଯାତାୟାତ କରିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ସମୁଚିତ ପଦକ୍ଷେପ ଗ୍ରହଣ କରିଛନ୍ତି l ତାଙ୍କ ଅନୁରୋଧକ୍ରମେ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC) ତରଫରୁ ୯ଟି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାର ବସ ନିୟୋଜିତ କରାଯିବ।ଏହି ବସଗୁଡ଼ିକ ନିର୍ବାଚନ ଆଗ ଦିନ ୧୦ ନଭେମ୍ବରରେ ପୋଲିଂ କର୍ମଚାରୀମାନଙ୍କୁ ନିଜ ନିଜ ବ୍ଲକ୍ ମୁଖ୍ୟାଳୟରୁ ନ୍ୟାସନାଲ କଲେଜ, ନୁଆପଡାରେ ଥିବା ଡିସପର୍ସାଲ ସେଣ୍ଟରକୁ ଆଣିବ l ଜିଲ୍ଲା ପ୍ରବନ୍ଧକ OSRTC, ନୁଆପଡାଙ୍କ ଦ୍ୱାରା ଜାରି ହୋଇଥିବା ପତ୍ର ଅନୁଯାୟୀ, ଖରିଆର, ସିନାପାଲି ଓ ବୋଡେନ ବ୍ଲକରୁ ମୋଟ ୯ଟି ବସ ଚାଲିବ। ରାନିମୁଣ୍ଡା, ସୁନାରିସିକୁଆ ଓ ବରଗାଁ ରୁଟରେ ସକାଳ ୫ଟାରେ, ଘଟମାଲ, ଗୋର୍ଲା ଓ ଲିଆଡ୍ ରାସ୍ତା ରେ ଭୋର୍ ୪.୩୦ରେ ଏଵଂ ବୋଡେନ ବ୍ଲକର ରୋକାଲ, ନାଗପଡା ଓ ଭଇସାଦାନି ରାସ୍ତା ରେ ବସ ସକାଳ ୫.୩୦ରେ ବ୍ଲକ ମୁଖ୍ୟାଳୟ ମାନଙ୍କରୁ ଛାଡ଼ିବ।
ଏହାଦ୍ବାରା ଜନସାଧାରଣ ଯାତାୟାତରେ ବିଶେଷ ଅସୁବିଧା ହେବନାହିଁ କାରଣଏହି ୯ଟି ରୁଟରେ କେବଳ ପ୍ରଥମ ଟ୍ରିପ୍ ବାତିଲ୍ ହେବ ବୋଲି ଜିଲ୍ଲା ପ୍ରବନ୍ଧକ ଜଣାଇଛନ୍ତି। ସମସ୍ତ ପୋଲିଂ କର୍ମଚାରୀଙ୍କୁ ସକାଳ ୭ଟା ପୂର୍ବରୁ ଡିସପର୍ସାଲ ସେଣ୍ଟରରେ ପହଞ୍ଚିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ନିର୍ବାଚନ କୁ ସମ୍ପୂର୍ଣ ଭାବରେ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ନୂଆପଡା ନିର୍ବାଚନ ମଣ୍ଡଳୀର କୌଣସି ଅଧିକାରୀ ମାନଙ୍କୁ ପ୍ରିଯାଇଡିଂ କିମ୍ବା ପୋଲିଂ ଅଧିକାରୀ ଭାବରେ ନିୟୋଜିତ କରାଯାଇନାହିଁ l ଏହି ବସ୍ ଦ୍ବାରା ଅନ୍ୟ ବ୍ଲକ୍ ର ଅଧିକାରୀ ମାନେ ନିର୍ଦ୍ଧାରିତ ସମୟରେ ନ୍ୟାସନାଲ କଲେଜ, ନୁଆପଡାରେ ଥିବା ଡିସପର୍ସାଲ ସେଣ୍ଟର ରେ ପହଞ୍ଚି ପାରିବେ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l




