ବାରହା ମାଂସ ସହ ଦୁଇ ଶିକାରୀ ଗିରଫ


ହରଭଙ୍ଗା 7/11(ଚିତ୍ତ ରଞ୍ଜନ ସିଂ)ବାରହା ମାଂସ ସହ ଦୁଇ ଶିକାରୀ ଗିରଫ। ଶିକାରୀ ଦୁଇଜଣଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ। ସୂଚନା ମତେ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ବନାଞ୍ଚଳ ପକ୍ଷରୁ ଗତ ଗୁରୁବାର ରାତିରେ ବନାଞ୍ଚଳ ଅଧିକାରୀ ଆସିକ ଦିଗାଲ ଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ ଚାଲୁଥିବା ସମୟରେ କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ରାଣୀଗଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟରୁ 34 kg ବାରହା ମାଂସ ସହ ଦୁଇଜଣ ଶିକାରୀ ଙ୍କୁ କାବୁ କରିଥିଲା।ଶିକାରୀ ଦୁଇଜଣ ହେଲେ ରାଣୀଗଞ୍ଜ ଗ୍ରାମର କପିନ୍ଦ୍ର ମାଝୀ (65)ଓ ସତ୍ୟ ବେହେରା(57)।ବନାଞ୍ଚଳ ଅଧିକାରୀ ଙ୍କ ସୂଚନା ଅନୁସାରେ ଶିକାରୀ ଦୁଇଜଣ ରାଣୀଗଞ୍ଜ ନିକଟସ୍ଥ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ରୁ ଏକ ବାରହା ଶିକାର କରି ଆଣି ନିକଟସ୍ଥ ଏକ ବିଲ ପାଖରେ ମାଂସ କାଟୁଥିବା ସମୟରେ ବିଶେଷ ସୂତ୍ରରୁ ରୁ ଖବର ପାଇ ଚଢ଼ାଉ କରିଥିଲା ବନବିଭାଗ। ଏବଂ ଦୁଇଜଣ ଶିକାରୀ ଙ୍କ ସହିତ 34 kg ବାରହା ମାଂସ, ଦୁଇଟି ଟାଙ୍ଗିଆ, ଦୁଇଟି କଟୁରୀ କୁ ଜବତ କରିଥିଲେ। ମାଂସ ସହିତ ଦୁଇଜଣ ଶିକାରୀ ଓ ଟାଙ୍ଗିଆ କଟୁରୀ କୁ ମାଧପୁର ରେଞ୍ଜ ଅଫିସ କୁ ନେଇଯାଇଥିଲେ। ବୌଦ୍ଧ ବନଖଣ୍ଡ ଅଧିକାରୀ ଙ୍କ ନିର୍ଦ୍ଧେଶ କ୍ରମେ ଶୁକ୍ରବାର ସକାଳେ ହରଭଙ୍ଗା ପ୍ରାଣୀ ଚିକିତ୍ସକ ଦ୍ୱାରା ମାଂସ ର ପରୀକ୍ଷା କରାଯାଇ ମାଂସ ସବୁ କୁ ପୋତିଦେବା ସହ କେସ ନଂ 72Mp of 2025-2026 ରେ ଏକ ମାମଲା ରୁଜୁ କରାଯାଇ ଆସାମୀ ଦୁଇଜଣ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।ଉକ୍ତ ଚଢ଼ାଉ ସମୟରେ ବନାଞ୍ଚଳ ଅଧିକାରୀ ଙ୍କ ସହିତ, ଫରେଷ୍ଟର ଭକ୍ତ ବତ୍ସଳ ମଲିକ, ଫରେଷ୍ଟ ଗାର୍ଡ ମଞ୍ଜୁ ସାହୁ ଙ୍କ ସମେତ ମାଧପୁର ରେଞ୍ଜ ର ସମସ୍ତ ସ୍କ୍ୱାର୍ଡ଼ ସାମିଲ ଥିଲେ।




