Breaking News

ଚେଳିତୋଳ ବାଲିଯାତ୍ରା ର ତୃତୀୟସନ୍ଧ୍ୟା !!

+++++++++++++++++++++++ତିର୍ତ୍ତୋଲ ::-ଜମୁଛି ବାଲିଯାତ୍ରା ର ମାହୋଲ !ସାଂସ୍କୃତିକ ମଞ୍ଚରେ ଗୀତସଂଗୀତ ର ଆସର ସାଙ୍ଗକୁ ବାଲିଯାତ୍ରା ର ଐତିହ୍ୟ ବଖାଣୁଛନ୍ତି ଆମନ୍ତ୍ରିତ ଅତିଥିମାନେ !ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବାଲିଯାତ୍ରାର ତୃତୀୟ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥିଭାବେ ପାରାଦ୍ୱୀପର ଶ୍ରମିକନେତା ଅରିନ୍ଦମ ସର୍କେଲ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଥିଲେ , ରଘୁନାଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରଜତ କୁମାର ପାତ୍ର !ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଲକ୍ଷ୍ମୀ ବେହେରା, ରିନାରାଣୀ ମଲିକ, ଶାନ୍ତିଲତା ଦ୍ବିବେଦୀ, ଅନ୍ତର୍ଯ୍ୟାମୀ ରାଉତ, ରବୀନ୍ଦ୍ର ରାଉଳ, ରବୀନ୍ଦ୍ର ସାହୁ !ଅତିଥି ପରିଚୟ ପ୍ରଦାନ କରିଥିଲେ ସମାଜସେବୀ ପ୍ରକାଶ ମଲ୍ଲିକ !ବାଲିଯାତ୍ରାର ସଭାପତି ତଥା ତିର୍ତ୍ତୋଲ ବିଧାୟକ ଡଃ.ରମାକାନ୍ତ ଭୋଇ ସଭା ପରିଚାଳନା କରିଥିବା ବେଳେ, ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ରବୀନ୍ଦ୍ର କୁମାର ସାହୁ ! ବାଲିଯାତ୍ରା ର ମହାନ ଉଦ୍ଦେଶ୍ୟ ଓ ଏହାର ଐତିହ୍ୟ ବିଷୟରେ ଅତିଥିମାନେ ବେଶ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉଆସ୍ଥାପନ କରିଥିବାର ଦେଖିବାକୁ ମିଳିଥିଲା !ଏହି ପରିପ୍ରେକ୍ଷୀରେ ରଘୁନାଥପୁର ବ୍ଲକ ରୁ ଅନେକ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button