Breaking News
କୃଷି ବିଜ୍ଞାନ କେନ୍ଦ୍ରରେ ବନ୍ଦେ ମାତରମଂ ସଂଗୀତର 150ବର୍ଷ ପୂର୍ତ୍ତୀ ଉତ୍ସବ ପାଳିତ l


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ବଘିଆପଡା ପାଳଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଠାରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଟ ବୈଜ୍ଞାନିକ ଓ ମୁଖ୍ୟ ତପନ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବନ୍ଦେ ମାତରମଂ ସଂଗୀତର 150ବର୍ଷ ପୂର୍ତ୍ତୀ ଉତ୍ସବ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କୃଷି ବୈଜ୍ଞାନିକ ଡା. କବିତା ମିଶ୍ର ଓ ଡା. ମୟୂରୀ ସିଂ ସର୍ଦାର ପରିଚାଳନା କରିଥିବା ବେଳେ ଆଗ୍ରୋ ପଲିଟେକନିକର ଛାତ୍ର, ଛାତ୍ରୀ ଓ କର୍ମଚାରୀ,ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ବନ୍ଦେ ମାତରମଂ ସଂଗୀତ ଗାନ କରିଥିବା ବେଳେ ସଂଗୀତ ର ମହତ୍ୱ ଉପରେ ବକ୍ତବ୍ୟ ରଖିଥିଲେ l ଉକ୍ତ ଉତ୍ସବ ଆଜି 7ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା 14ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଳନ କରାଯିବାର ସୂଚନା ମିଳିଛି l




