ବଡବନ୍ଧ ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ଭାରତ ସରକରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ ଓ ତ୍ରିନାଥ ୟୁଥ୍ କ୍ଲବ୍ ମିଲିତି ଆନୁକୁଲ୍ୟରେ ହରଭଙ୍ଗl ବ୍ଳକ୍ ବଡବନ୍ଧ ଖେଳ ପଡ଼ିଆରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ
ହଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମେରା ଯୁବା ଭାରତର ସ୍ଵେଚ୍ଛାସେବୀ ମୋନଜ ଭୁକ୍ତା ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲୁନିବାହଲ ସରପଞ୍ଚ ପ୍ରତିନିଧି ସୁବ୍ରତ କୁମାର୍ ପ୍ରଧାନ, ମେରା ଯୁବା ଭାରତର ଉପଦେଷ୍ଟା କମିଟି ମେମ୍ବର ସୁନୀଲ କ୍ଷେତି, ସିନିୟର୍ ପ୍ଲେୟାର ତଥା ତ୍ରିନାଥ କ୍ଲବ୍ ର ଉପଦେଷ୍ଟା ମୋନଜ୍ ସାହୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ଫୁଟବଲ ପ୍ରତିଯୋଗିତାରେ ତିଲେଶ୍ୱର , ପୁରୁଣାକଟକ, ବଡବନ୍ଧ, ତ୍ରିନାଥ କ୍ଲବ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପୁରୁଣାକଟକ ଦଲ winner ହୋଇଥିଲେ ଓ ବଡବନ୍ଧ ଦଲ runners ହୋଇଥିଲେ l ଆଜିର ପ୍ରତିଯୋଗିତାରେ ସୁଦର୍ଶନ ଭୋକ୍ତା , ବିକାଶ ଦେହୁରୀ, ବିକାଶ ଭୋକ୍ତା ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l କୃତି ପ୍ରତିଯୋଗଙ୍କୁ ମୁଖ୍ୟ ଅତିଥି ଟ୍ରଫି ସହ ସାର୍ଟିପିକେଟ ପ୍ରଦାନ କରିଥିଲେ l ଏଥିରେ ତ୍ରିନାଥ ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ




