ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମର ଆଲୋଚନା :-


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ, ସ୍ୱାମୀ ଜୀବନ ଚୈତନ୍ୟ ଜୀ ମହାରାଜ, ସମ୍ବଲପୁର ଜ଼ିଲ୍ଲା, କମ୍ପରା ମଠରୁ, କନ୍ଧମାଳର ଶଙ୍କରାଚାର୍ଯ୍ୟ ଆବାସିକ କନ୍ୟା ଶ୍ରମ , ଜାଲେସପଟ୍ଟାକୁ ଯିବା ବାଟରେ, ବୌଦ୍ଧ ସ୍ଥିତ, ସଂଘ କାର୍ଯ୍ୟାଳୟରେ, ଜ଼ିଲ୍ଲାର ସଂଘ କାର୍ଯ୍ୟକର୍ତ୍ତାଙ୍କ ସହ, ସପ୍ତସୁତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନର କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ l
ବିଗତ ଦିନର ବାଧା, ବିଘ୍ନ ଓ ଘାତ ପ୍ରତିଘାତକୁ ଅତିକ୍ରମ କରି, ସଂଘ ତାର ପ୍ରଗତି ପଥରେ ଆଗେଇ ଚାଲିଛି ଓ ଲକ୍ଷ୍ୟ ପୂରଣ କରିବା ଦିଗରେ ଶତତ ପ୍ରୟାସରତ ରହିଛି l
ବର୍ତ୍ତମାନ ଆମକୁ ଗୃହ ସମ୍ପର୍କ ଅଭିଯାନ କରିବାର ଅଛି l ପ୍ରତ୍ୟକ କାର୍ଯ୍ୟକର୍ତ୍ତା ଓ ବିଚାର ର ଶୁଭେଛୁ, ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ଯୋଜନା କରି, ଦିନକୁ 2 ଘଣ୍ଟା ଓ ସପ୍ତାହକୁ 1 ଦିନ ପ୍ରବାସ କରି ସଂଘ କାର୍ଯ୍ୟକୁ ଗତି ଦେବାକୁ ଆଗ୍ରହ ରଖି ଥିଲେ l
ବୌଦ୍ଧ ଜ଼ିଲ୍ଲାରେ, ଜାନୁଆରୀ ମାସରେ, ହିନ୍ଦୁ ସମ୍ମିଳନୀ ଉତ୍ସବରେ ସ୍ୱାମୀଜୀଙ୍କ ମାର୍ଗଦର୍ଶନ ରହିବ ବୋଲି, ମାନନୀୟ ଜ଼ିଲ୍ଲା ସଂଘଚlଳକ ସୂର୍ଯକାନ୍ତ ଦଳବେହେରା, ହରଭଙ୍ଗା ଖଣ୍ଡ ସଙ୍ଘ ଚାଳକ ରାଜକିଶୋର ଅଗ୍ରୱାଲ, ରଘୁନାଥ ଷଡ଼ଙ୍ଗୀ, ନିର୍ଗୁଣ ମହାକୁଡ଼, ଲଷ୍ମୀକାନ୍ତ ଜାନୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ସ୍ୱାମୀ ଜୀବନ ଚୈତନ୍ୟ ଜୀ ମହାରାଜ ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ବୌଦ୍ଧ ଚମ୍ପାପୁର ସ୍ଥିତ ମାହେଶ୍ୱରୀ ସ୍ୱଦେଶୀ ଓ କଂସା ଥେରାପି କେନ୍ଦ୍ର ପରିଦର୍ଶନ କରି ନିଜର ଟକସିନ କାଢ଼ିଥିଲେ l




