ସାଇବର ସୁରକ୍ଷା ରଥକୁ ଉଦ୍ୟ ସ୍ଵାଗତ ଓ ସଚେତନତା କାର୍ଯ୍ୟକ୍ରମ


କଣ୍ଟାମାଳ, ୭/୧୧/୨୫:( ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୁଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ ଶୁଭାରମ୍ଭ ହୋଇ ଯାଇଛି l ଶୁକ୍ରବାର ଦିନ କଣ୍ଟାମାଳ ଥାନାଧିକାରୀ ରଂଜିତ କୁମାର ମୁନୀଙ୍କ ତତ୍ୱାବଧାନରେ ସାଇବର ସୁରକ୍ଷା ଅଭିଯାନ ରଥକୁ ଜନସାଧାରଣ ଭବ୍ୟ ସ୍ଵାଗତ କରାଯିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସଚେତନା ଶୋଭାଯାତ୍ରା ହୋଇଥିଲା।ପରେ ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେଏକ ସଚେତନତା ସଭାରେ ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ ମିଶ୍ର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ଶିକ୍ଷକ ସମୀର ଖଟୁଆ, ଶିକ୍ଷକ ରାଜ କିଶୋର ସାହୁ, ସମାଜସେବୀ ସୁଶାନ୍ତ କୁମାର ମିଶ୍ର, ଏ ଏସ ଆଇ ବବିତା ସାହୁଙ୍କ ସମେତ ଅଙ୍ଗନ ବାଡି କର୍ମୀ, ଆଶା କର୍ମୀ, ସିଆରପି, ଏମବିକେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଛାତ୍ର ଛାତ୍ରୀ ଓ ଜନ ସାଧାରଣଙ୍କ ଯୋଗ ଦେଇଥିଲେ | ସେଠାରୁ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ପରେ କଣ୍ଟାମାଳ ସମେତ ଥାନା ଅଂଚଳର ବିଭିନ୍ନ ଗ୍ରାମକୁ ସାଇବର ସୁରକ୍ଷା ସଚେତନତା ଅଭିଯାନ ରଥ ପରିକ୍ରମା କରା ଯାଇଥିଲା lସେହିପରି କଣ୍ଟାମାଳରେ ରଥ ପହଞ୍ଚିବାପରେ ମଧ୍ୟ ସେଠାରେ ଜନ ସାଧାରଣ ରଥକୁ ବିପୁଳ ସ୍ଵାଗତ କରିଥିଲେ।ପରେ ସେଠାରେ ଏକ ସଭାରେ ପଞ୍ଚାୟତ କଲେଜର ଅଧ୍ୟାପକ, ସିଡିପିଓ, ବଣିକ ସଂଘ, ସାଂସ୍କୃତିକ ସଂଘ, ଛାତ୍ରଛାତ୍ରୀ, ବୁଦ୍ଧିଜିବୀ , ସମାଜସେବୀ ଯୋଗଦେଇ ସାଇବର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




