Breaking News

ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ରେ ଅଭିଯୁକ୍ତ ମଦ ମାଫିଆ ଙ୍କୁ ଗିରଫ !!

କୁଜଙ୍ଗ ::- କୁଜଙ୍ଗରେ ଅଭାବନୀୟ ଘଟଣା !ଗଳିକନ୍ଦି, ଛକ ବଜାର ମାନଙ୍କରେ ମଦ୍ୟପ ମାନଙ୍କର ଭିଡ ଲାଗୁଥିବା ବେଳେ,ଅପରାଧ ଜଗତର ବାଦଶାହା ସାଜିଛନ୍ତି ମଦ ମାଫିଆ !ଲକ୍ଷ ଲକ୍ଷ ଟଙ୍କାର ଚୋରା ମଦ ବିକ୍ରି କରି ବଢ଼େଇ ଚାଲିଛନ୍ତି ଅପରାଧିକ ବିଶୃଙ୍ଖଳା !ଅବକାରୀ ବିଭାଗ ର ଉଦାସୀନତା ହେଉ କିମ୍ବା ପୋଲିସ ପ୍ରଶାସନ ର ଅବହେଳା, ପ୍ରଶାସନକୁ ଚକମା ଦେଖେଇ ମଦ ବେପାରୀ ଚଳେଇଛନ୍ତି ରାଜ ! ଯିଏ ବିରୋଧ କରୁଛି, ତାଙ୍କୁ ଟାର୍ଗେଟ କରୁଛନ୍ତି ଚୋରା ବେପାରୀ !ଏହି ପରିପ୍ରେକ୍ଷୀରେ ଜଣେ କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ ସଙ୍ଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ମଦ ମାଫିଆ !ଖବର ଅନୁସାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ରମାକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ ରୁ ଫେରିବା ବାଟରେ ପୋସ୍କୋ କଲୋନୀ ନିକଟରେ ପୂର୍ବରୁ ସଂଘବଦ୍ଧ ଭାବେ ଲୁଚି ରହିଥିବା ଚୋରା ମଦ ବେପାରୀ ମରଣାନ୍ତକ ଆକ୍ରମଣ କରିଥିଲେ !ସେମାନଙ୍କ ମଧ୍ୟରେ ବାଲିତୁଠ ବଦବୁଦା ଗ୍ରାମର ସୁଶୀଲ କୁମାର ବେହେରା ମୁଖ୍ୟ ଆସାମୀ ଥିବା ବେଳେ ତା ସାଥିରେ ଅନେକ ମିଶି କୋଦାଳ ବେଣ୍ଟ, ଭୁଜାଲି ଆଦି ମରଣାସ୍ତ୍ର ରେ ଆକ୍ରମଣ କରି ମୁଣ୍ଡ , ଛାତି, ହାତ, ଗୋଡ କୁ ହାଣି ପକେଇ ଥିଲେ !ରକ୍ତ ଜୁଡୁବୁଡୁ ହୋଇ ଉଠିଥିଲେ ସାମ୍ବାଦିକ ରମାକାନ୍ତ ! ଯେତେ ଅନୁନୟ ବିନୟ ହୋଇ ଛାଡି ଦେବାକୁ କହିଥିଲେ ବି ଅପରାଧୀ ମାନେ ଘନଘନ ମାଡ ମାରି ଅଚେତ ଅବସ୍ଥାରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ !ସ୍ଥାନୀୟ ଲୋକେ ରମାକାନ୍ତ ଙ୍କୁ ମୁର୍ମୁଷୁ ଅବସ୍ଥାରେ କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରିଥିଲେ ବି ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇ ଥିବାର ସୂଚନା ମିଳିଛି !ଘଟଣାକ୍ରମରେ ସୁଶୀଲ ବେହେରା ଓ ତାର ସହଯୋଗୀ ମାନେ ବାଲିତୁଠ ଏବଂ ତାର ଆଖପାଖ ଅଞ୍ଚଳରେ ପ୍ରଚୁର ଚୋରା ମଦ କାରବାର କରନ୍ତି ! ମଦ୍ୟପଙ୍କ ଦୌରାତ୍ମ୍ୟ ରୁ ଉକ୍ତ ଅଚଳରେ ନିରାପଦ ରେ ଯିବା ଆସିବା କରି ହୁଏନି ! ଏପରି ଅସାମାଜିକ କାର୍ଯ୍ୟକୁ ରୋକିବାକୁ ସାମ୍ବାଦିକ ରମାକାନ୍ତ ଦାସ ଖବର ପ୍ରସାରଣ କରିଥିଲେ ! ଯାହା ଫଳରେ ମଦ ମାଫିଆଙ୍କ ଟାର୍ଗେଟ ରେ ରହିଥିଲେ ରମାକାନ୍ତ !ନିରୋଳା ରେ ପାଇ ମରଣାନ୍ତକ ଆକ୍ରମଣ କରି ଜୀବନରୁ ଶେଷ କରିଦେବାକୁ ପଛେଇ ନଥିଲେ ! ଭାଗ୍ୟ ଜୋର ଥିବାରୁ ସ୍ଥାନୀୟ ଲୋକେ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରିଥିଲେ ! କୁଜଙ୍ଗ ପୋଲିସ ଇତିମଧ୍ୟରେ ଆସାମୀ ସୁଶୀଲ ବେହେରା କୁ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ଖୋଜା ଚାଲିଥିବାର ଖବର ଜଣା ପଡିଛି ! ଅପରପକ୍ଷରେ ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣ ର ନିନ୍ଦା କରିବା ସହିତ ଆସାମୀ ମାନଙ୍କୁ ଆରେଷ୍ଟ କରି ଦୃଢ଼ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପାରାଦ୍ୱୀପ ପ୍ରେସ କ୍ଳବ, କୁଜଙ୍ଗ ପ୍ରେସ କ୍ଳବ, ତିର୍ତ୍ତୋଲ ପ୍ରେସକ୍ଳବ, ଏରସମା ପ୍ରେସ କ୍ଳବ ଆଦି ଜିଲ୍ଲାର ସମସ୍ତ ପ୍ରେସକ୍ଳବ ଦାବୀ ଜଣାଇଛନ୍ତି !ଯେବେ ଏଥିପାଇଁ ଉପଯୁକ୍ତ ନ୍ୟାୟ ନମିଳେ ତେବେ ଆଗାମୀ ଦିନରେ ସାମ୍ୱାଦିକ ମାନେ ରାଜରାସ୍ତାକୁ ଓହ୍ଲେଇ ବାକୁ ପଛଇବେ ନାହିଁ !!

ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ସମାଚାର !!

Related Articles

Back to top button