ବୌଦ୍ଧ ଜ଼ିଲ୍ଲା ର ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ବନ୍ଦେ ମାତରମ ଗାନର 150 ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ସମାରୋହ ଅନୁଷ୍ଠିତ l


ବୌଦ୍ଧ ( ଚିତ୍ତରଞ୍ଜନ ସିଂହ)
ଶୁକ୍ରବାର ଦିନ 9 ଘ.50 ମି. ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରିୟ ସଂଗୀତ “ବନ୍ଦେ ମାତରମ୍ “ଗାନର 150 ତମ ବର୍ଷ ପୂର୍ତ୍ତି ପାଳନ ଅବସରରେ ଜ଼ିଲ୍ଲା ସ୍ତରୀୟ ବନ୍ଦେ ମାତରମ ସାମୁହିକ ଗାନ,ଘରେ, କାର୍ଯ୍ୟ ରେ, ସମାଜ ରେ, ଗ୍ରାମ ରେ ଭାରତୀୟ ଉତ୍ପାଦନ ସାମଗ୍ରୀ କୁ ବ୍ୟବହାର କରିବା, ସ୍ବଦେଶୀ ଆପଣେଇବା, କୃଷି କ୍ଷେତ୍ର ରେ, ନିଜ ଅଂଚଳ ରେ ଥିବା ଶିଳ୍ପ କେନ୍ଦ୍ର ରେ, ଯୁବ ବର୍ଗ ଙ୍କ ସହ ସମସ୍ତ ଶିଶୁମାନଙ୍କୁ ମଧ୍ୟ ସ୍ବଦେଶୀ ଆପଣେଇବା,ନିଜ ପରିବାର, ସାମାଜିକ ଜୀବନ ରେ ଭାରତୀୟ ଭାଷା ର ବ୍ୟବହାର,ଆମ ଦେଶ ର ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ପ୍ରାଧାନ୍ୟ ଦେବା ପାଇଁ ଶପଥ ପାଠ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ବନ୍ଦେ ମାତରମ୍ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ,ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି. ଭେଙ୍କଟ ରମଣ ରାଓ, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଯୋଗୀନ୍ଦ୍ରନାଥ ମହାପାତ୍ର, ଜ଼ିଲ୍ଲା ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଜିଲ୍ଲା ଜରୁରୀ ଅଧିକାରୀ ସୁଧର୍ମା ମଲ୍ଲିକ, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର୍ଯ୍ୟ ନାରାୟଣ ବେହେରା,ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁହର,ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୌମ୍ୟ ରଞ୍ଜନ ରାୟ, ଡି ପି ସି ମିଶନ ଶକ୍ତି ରଶ୍ମିରଂଜନ ସେଠୀ, ଜ଼ିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ଧରିତ୍ରୀ ପ୍ରଧାନ, ଇନଚାର୍ଜ ପି. ଏ.ଜ୍ୟୋତିର୍ମୟୀ ନନ୍ଦ, ସି. ଏ ତପନ କୁମାର ସୁବୁଦ୍ଧି ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ ଏବଂ କାର୍ଯ୍ୟା ଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ତଥା ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଡି ଜେ ଏମ ସମୀର କୁମାର ନାୟକ ପରିଚାଳନା କରିଥିଲେ l ଏହିଭଳି ଜ଼ିଲ୍ଲା ର ସମସ୍ତ ବ୍ଲକ, ତହସିଲ ଏବଂ ବ୍ଲକ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ସମସ୍ତ କାର୍ଯ୍ୟାଳୟ ରେ ଅନୁରୂପ ଭାବେ ବନ୍ଦେ ମାତରଂ ଏବଂ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟାଳୟ ମାନଙ୍କ ରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l




