Breaking News

ନହରକଣ୍ଟା ସରସ୍ଵତି ଶିକ୍ଷା ମନ୍ଦିରରେ ବିଜ୍ଞାନ ମେଳା ଓ ମିନା ବଜାର ଅନୁଷ୍ଠିତ।

ନହରକଣ୍ଟା ସରସ୍ଵତି ଶିକ୍ଷା ମନ୍ଦିରରେ ବିଜ୍ଞାନ ମେଳା ଓ ମିନା ବଜାର ଅନୁଷ୍ଠିତ।

ଭୁବନେଶ୍ବର ଆଜି ସ୍ଥାନୀୟ ନହରକଣ୍ଟା ସ୍ଥିତ ସରସ୍ବତୀ ଶିକ୍ଷା ମନ୍ଦିରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଜ୍ଞାନ ମେଳା ଓ ମିନା ବଜାର କାର୍ଯକ୍ରମ ପାଳନ ହୋଇଯାଇଛି। ଦୁଇଟି ଯାକ କାର୍ଯକ୍ରମରେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବାରୁ ସକାଳ ବେଲା ବିଜ୍ଞାନ ମେଳା ଓ ଉପର ବେଳା ମିନା ବଜାର କାର୍ଯକ୍ରମ କରାଯିବ ବୋଲି ସ୍କୁଲ କର୍ତ୍ତୃପକ୍ଷ ନିଷ୍ପତି ନେଇଛନ୍ତି। ବିଜ୍ଞାନ ମେଳାରେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ର ଓ ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବାରୁ ବିଦ୍ୟାଳୟ ପରିସରରେ ବହୁ ଅଭିଭାବକ ମାନେ ବଡ଼ ଉତ୍ସାହିତ ଥିବାର ଜଣା ପଡୁଥିଲା।ଏହି ବିଜ୍ଞାନ ମେଳା ତିନି ଭାଗରେ ଛାତ୍ର ଛାତ୍ରୀ ମାନେ ବିଭକ୍ତ ହୋଇ ସେମାନଙ୍କର ପ୍ରୋଜେକ୍ଟ ଗୁଡ଼ିକ ପ୍ରଦର୍ଶନ କରିଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲା ମାନଙ୍କୁ ସବ ଜୁନିଅର,ଛତୁର୍ଥରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଜୁନିଅର ଓ ସପ୍ତମରୁ ଦଶମ ପିଲାମାନେ ସିନିୟର୍ ଭାବେ ଅଲଗା ଅଲଗା ହୋଇ ନିଜର ପ୍ରୋଜେକ୍ଟ ସହିତ ଓ ତାର ସମାଜର ଉପଯୋଗୀତା କଣ ବୁଝାଇଥିଲେ। ଇଲେକ୍ତ୍ରି,ପରିବେଶ ସୁରକ୍ଷା ବିଭିନ୍ନ ଶିଳ୍ପ କାରଖାନା ରୁ ନିର୍ଗତ ଜଳ ଯୋଗୁ ହେଉଥିବା ସମସ୍ୟା ଓ ତାର ସମାଧାନ ପାଇଁ ଉପାୟ, ତଥା ବିଭିନ୍ନ ଖାଦ୍ୟ ପଦାର୍ଥକୁ ଅସଲି କି ଭେଜାଲ ଜାଣିବା ପାଇଁ ବାଟ ସମ୍ବନ୍ଧରେ ପ୍ରୋଜେକ୍ଟ ସବୁ ତିଆରି କରି ପ୍ରଦର୍ଶିତ କରିବା ସହ ବହୁ ସଜୀବ ଓ ନିର୍ଜୀବ ବିଷ ୟରେ ପ୍ରୋଜେକ୍ଟ କରିଥଲେ। ଏହି ବିଜ୍ଞାନ ମେଳାରେ ଭଲ ପ୍ରଦର୍ଶନ କରିଥିବା ପିଲାଙ୍କୁ ଆସନ୍ତା 14 ତାରିଖ ଶିଶୁ ଦିବସରେ ସମ୍ବର୍ଦ୍ଧିତ କରାଯିବାର କାର୍ଯକ୍ରମ ଅଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜୟଶ୍ରୀ ମହାପାତ୍ର। ଏହା ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ୍,ଏସେ , ନାଚ ଗୀତ ପ୍ରତିଯୋଗିତା କରିଥିଲୁ, ଆଜି ବିଜ୍ଞାନ ମେଳା ଓ ପରେ ପରେ ବହୁ ଷ୍ଟଲ ଥିବା ମିନବଜାର କୁ ନେଇ କୃତି ପିଲା ମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ଶ୍ରୀମତୀ ଜୟଶ୍ରୀ ମହାପାତ୍ର।ଆମ ବିଦ୍ୟାଳୟରେ 600ରୁ ଅଧିକ ପିଲା ପଢୁଛନ୍ତି,24 ଜଣ ଶିକ୍ଷକ ଅଛନ୍ତି ଓ ସମସ୍ତ ପିଲା ମାନଙ୍କୁ ବିଜ୍ଞାନ ମେଳାରେ ସହଯୋଗ ଦେବା ସହ 24 ତମ ବିଜ୍ଞାନ ମେଳା ବେଶ୍ ଉତ୍ସାହିତ ସମସ୍ତଙ୍କୁ ଉତ୍ସାହିତ କରୁଥିବାରୁ ମୁଁ ବହୁତ୍ ଆନନ୍ଦିତ ଓ ଏହିମେଲାରେ ଭଲ କରିଥିବା ପିଲା ଆଗାମୀ ଦିନରେ ଉତ୍କଳ ଶିକ୍ଷା ବିକାଶ ପରିଷଦ ଦ୍ବାରା ହେବାକୁ ଯାଇଥିବା ରାଜ୍ୟସ୍ତରୀୟ ବିଜ୍ଞନମେଳା ରେ ଭାଗ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ସରସ୍ବତୀ ଶିକ୍ଷା ମନ୍ଦିର ପ୍ରତିଷ୍ଠାତା ତଥା ସମ୍ପାଦକ ସୁରେନ୍ଦ୍ର କୁମାର ଖୁଣ୍ଟିଆ। ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଦେଇଛନ୍ତି ବିଦ୍ୟାଳୟର ଶିକ୍ଷକ ମାନେ। ସେମାନଙ୍କ ମଧ୍ୟରେ ଅଛନ୍ତି ମମତା ସାମଲ, ପ୍ରଭାସିନୀ ମହାନ୍ତି ଓ ମଧୁସ୍ମିତା ରୟ।

 

Related Articles

Back to top button