Breaking News
ଭୂବନେଶ୍ୱରୀ ମାଇନ୍ସରେ ଓଲଟିଲା ଡ଼ିଜେଲ ଟ୍ୟାଙ୍କର, ଅଳ୍ପକେ ବର୍ତିଲେ ଚାଳକ


ତାଳଚେର, ୧୧/୧୧ ତାଳଚେର ଭୂବନେଶ୍ୱରୀ କୋଇଲା ଖଣିରେ ଯାଉଥିବା ଏକ ଡ଼ିଜେଲ ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବାରୁ ଅଳ୍ପକେ ବର୍ତିଗଲେ ଡ଼୍ରାଇଭର । ଘଟଣାରୁ ପ୍ରକାଶ ଆଜି ଏକ ଟ୍ୟାଙ୍କରରେ ଫୁଲ ଡ଼ିଜେଲ ଭର୍ତିହୋଇ ଭୂବନେଶ୍ୱରୀ କୋଲକରିଡ଼ର ରାସ୍ତାରେ ଯାଉଥିବା ବେଳେ ହଠାତ୍ କୌଣସି କାରଣରୁ ଓଲଟି ପଡ଼ିଥିଲା । ଫଳରେ ସେଥିରେ ଥିବା ଡ଼ିଜେଲ ତଳେ ପଡ଼ିଯାଇଥିଲା ଓ ଏହାର ଚାଳକ ଅଳ୍ପକେ ବର୍ତି ଯାଇଥିଲେ । ତାଙ୍କୁ ତୁରନ୍ତ ସେଠାରୁ ଉଦ୍ଧାରକରି ସ୍ଥାନୀୟ ଡ଼ାକ୍ତରଖାନାକୁ ନିଆଯାଇଥିଲା । ତଳେ ପଡ଼ି ଯାଇଥିବା ଡ଼ିଜେଲକୁ ସେଠିକାର ଅଂଚଳବାସୀ ଗରା ବାଲଟିରେ ସଂଗ୍ରହ କରି ବୋହି ନେଇଥିବା ଦେଖିବାକୁ ମିଳିଥିଲା । ତେବେ ଏଥିରେ କାହାର କିଛି ପ୍ରତିକ୍ରିୟା ମିଳିନଥିବା ବେଳେ ଏହି ଘଟଣା ଶ୍ରମିକ ମହଲରେ ଚାଚଂଲ୍ୟ ଖେଳାଇ ଦେଇଛି ।




