ଟ୍ରାକ୍ଟର ଟ୍ରଲି ଚୋରି କରି ନେଉଥିବା ସମୟରେ ୨ ଜଣକୁ ଚପାଇ ହତ୍ୟା ଅଭିଯୋଗ


କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ମେରଘରା ଗ୍ରାମରେ ଦୁଃଖଦ ଘଟଣା ଘଟିଯାଇଛି। ବିଳମ୍ବିତ ରାତିରେ ଗ୍ରାମ ର ଏହି ଗ୍ରାମ କୁ ୩/୫ ଜଣ ଦୁର୍ବୁର୍ତ୍ତ ମାନେ ଟ୍ରାକ୍ଟର ଡାଲା ଚୋରି କରିବାକୁ ଆସିଥିଲେ। ଗ୍ରାମର ଲାଲୁ ଭାଇସାଲ ଙ୍କ ଟ୍ରାକ୍ଟର ଡାଳା ଘର ନିକଟରେ ଥିବାବେଳେ ତାକୁ ଚୋରି କରି ନେଇ ଯାଉଥିଲେ, ତେବେ ମାଲିକ ଜାଣିପାରିବା ପରେ ତାଙ୍କ ତାଙ୍କ ପୁଅ ହରିଶଙ୍କର ଭାଇସାଲ ଓ ସତ୍ୟମ ଭାଇସାଲ ଏକ ବାଇକ ରେ ପିଛା କରି ତେନ୍ତୁଳିପଡା ନିକଟରେ ଓଭରଟେକ କରିବା ସମୟରେ ଦୁର୍ବୁର୍ତ୍ତ ମାନେ ବାଇକ କୁ ଟ୍ରାକ୍ଟର ରେ ଚାପି ଦେବାରୁ ଦୁଇ ଜଣ ଗୁରୁତର ହୋଇଥିଲେ। ତେବେ ଦୁର୍ବୁର୍ତ୍ତ ମାନେ ଚମ୍ପଟ ମାରିଥିଲେ। ଦୁଇ ଗୁରୁତର ଙ୍କୁ ପରିବାର ଲୋକେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭବାନୀପାଟଣା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ, ତେବେ ସେଠାରେ ହରିଶଙ୍କର ଙ୍କ ମୃତ୍ୟୁ ହୋଇଥିବା ବେଳେ ବୁର୍ଲା ମେଡ଼ିକାଲ ନେବା ବାଟରେ ସତ୍ୟମ ଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଧର୍ମଗଡ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପରିବାର ଲୋକେ ଧର୍ମଗଡ ଚାରିଛକ ରେ ରାସ୍ତା ଅବରୋଧ କରି ଦୁର୍ବୁର୍ତ୍ତ ଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି।ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




