Breaking News

ସେଦିନ ହେଲି ମୁଁ ମାମୁ

          ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ

     ତୁ କୁଆଁ କୁଆଁ କଲୁ ଯେଉଁଦିନ 

     ସେଦିନ ହେଲି ମୁଁ ମାମୁ –

     ସରଗର ଶଶୀ ଧରାଇ ତୋ ହାତେ

     ଫେରିବି ମୁଁ ଧରାଧାମୁ,

     ବିପଦେ ଆପଦେ ସାହା ହେବି ସଦା 

     ଧୈଇର୍ଯ୍ୟ ସାହସ ଦେଇ –

     ଅଳି ଅରଦଳି ସବୁ ସହିବି ମୁଁ 

     ନେଇ ତତେ ଆପଣେଇ,

     ଯାହା ଯେତେବେଳେ ଦରକାର ତୋର 

     କହିବୁ ତୁ ମନ ଖୋଲି –

     ସପନରେ ସୁଦ୍ଧା ଭାବିବୁନି କେବେ

     ମାମୁ ତୋର ପର ବୋଲି,

     ଭଲ ପାଠ ପଢ଼ି ବଡ଼ ମଣିଷଟେ 

     ହୋଇବୁ ତୁ ଯେଉଁଦିନ –

     ଖୁସିରେ ମୋ ଛାତି କୁଣ୍ଢେ ମୋଟ ହେବ

     ନାଚିଯିବ ମୋର ମନ,

     ମୋ ଭଉଣୀ ଓଠେ ହସ ଦେଖିବାକୁ

     ତତେ ସବୁକିଛି ଦେବି –

     ଏ ଦୁନିଆ ତତେ ପର ଭାବିଲେ ବି 

     ମୁଁ ତୋର ନିଜର ଥିବି,

     ସାବିତ୍ରୀ ବ୍ରତରେ ଦୁତିଆ ଓଷାରେ 

     ପ୍ରତିବର୍ଷ ପହଞ୍ଚିବି –

     ପ୍ରଥମାଷ୍ଟମୀରେ ତୋଅ ପସନ୍ଦର 

     ପୋଷାକ ନିଶ୍ଚେ ମୁଁ ନେବି,

     ମାମୁ ଘରକୁ ତୁ ନିଜଘର ଭାବି 

     ଆସୁଥିବୁ ବାର ବାର –

     ମୁଁ ମରିଗଲେ ମୋ ଶବ ଉପରେ

     ଝରାଇବୁ ଲୁହଧାର।

                             *** *** ***

      କଣ୍ଟାବଣିଆ, ଛତ୍ରପଡ଼ା,ପ୍ରୀତିପୁର,ଯାଜପୁର, ଓଡ଼ିଶା

      

Related Articles

Back to top button