Breaking News
ମାରୱାଡି ସମାଜର ଦୀପାବଳି ମିଳନ


ସିନାପାଲି:୦୭/୧୧- ନୂଆପଡ଼ା ଜିଲ୍ଲା ସିନାପାଲି ମାରୱାଡ଼ି ସମାଜ ତରଫରୁ ଦୀପାବଳି ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି ା ସ୍ଥାନୀୟ ଅଗ୍ରେସନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ଯକ୍ରମ ଆରମ୍ଭରେ ପ୍ରଥମ ଥର ପାଇଁ ଗାୟତ୍ରୀ ଦୀପଯଜ୍ଞ କରାଯାଇ ଦୀପାବଳି ପାଳନର ମହତ୍ବ ବିଷୟରେ ଆଲୋଚନା କରାଯାଇଥିଲା ା କାର୍ଯ୍ଯକ୍ରମର ମୁଖ୍ୟ ଯଜମାନ ଭାବରେ ମୀନା ଜୈନ ଓ ପ୍ରଦୀପ କୁମାର ଜୈନ ଉପସ୍ଥିତ ଥିବା ବେଳେ ପୂଜକ ଭାବରେ ଯୁଗ ପୁରୋହିତ ଚରଣ ସିଂହ ୟାଦବ ଦାୟିତ୍ବରେ ଥିଲେ ା ମୁଖ୍ୟ ସଂଯୋଜକ ହରିଓମ୍ ଜିନ୍ଦଲ ଓ ଶୈଳେଶ ଅଗ୍ରୱାଲ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ା ଏ ଅବସରରେ ଆଗାମୀ ଜାନୁଆରୀ ମାସରେ ଗଣ୍ତାବାହାଲୀ ଠାରେ ହେବାକୁ ଥିବା ଗାୟତ୍ରୀ ମହାଯଜ୍ଞ ପ୍ରସଙ୍ଗରେ ମଧ୍ଯ ଆଲୋଚନା କରାଯାଇଥିଲା ା କାର୍ଯ୍ଯକ୍ରମ ସଫଳତାରେ ମାରୱାଡି ସମ୍ପ୍ରଦାୟ ର ସମସ୍ତ ସଦସ୍ୟା ଓ ସଦସ୍ୟ ସହଯୋଗ କରିଥିଲେ ା




