କେନ୍ଦ୍ରାପଡ଼ାରେ “ବନ୍ଦେ ମାତରମ”ର ସାମୂହିକ ଗାନ ଏବଂ ସ୍ୱଦେଶୀ ଶପଥ ପାଠ ଅନୁଷ୍ଠିତ


===============
*କେନ୍ଦ୍ରାପଡ଼ା,*
ତା :-୦୭.୧୧.୨୦୨୫,ବଙ୍କୀମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଙ୍କ ଦ୍ଵାରା ରଚିତ ରାଷ୍ଟ୍ର ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲାପାଳ ରଘୁରାମ ଆର ଆୟର ସମେତ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସାମୁହିକ ବନ୍ଦେ ମାତରଂ ଗାନ କରିଛନ୍ତି | ଏହା ସହିତ ସମସ୍ତ ବିଡ଼ିଓ ତହସିଲଦାର ଏବଂ ଅନ୍ୟ ସମସ୍ତ କାର୍ଯ୍ୟାଳୟରେ ସାମୁହିକ ଗାନ କରାଯାଇଥିଲା | ଏହା ସହିତ ଜିଲ୍ଲାପାଳ ସମସ୍ତଙ୍କୁ ସ୍ୱଦେଶୀ ଶପଥ ପାଠ କରାଇଥିଲେ | ସ୍ୱଦେଶୀ ଉତ୍ପାଦ ବ୍ୟବହାର ଉପରେ ପ୍ରାଥମିକତା ଏବଂ ଆଜିର ଯୁବପିଡି ଏବଂ ପିଲାମାନଙ୍କୁ ସ୍ବଦେଶୀ ଗ୍ରହଣ କରିବାକୁ ପ୍ରେରଣା ଏବଂ ପରବର୍ତ୍ତୀ ପିଢ଼ିକି ଏହାର ଗୁରୁତ୍ୱ ଜଣାଇବା ଇତ୍ୟାଦି ବିଷୟ ଶପଥ ପାଠରେ ଉଲ୍ଲେଖ ରହିଥିଲା | “ବନ୍ଦେ ମାତରମ”୧୫୦ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସହ ଅନ୍ୟ କାର୍ଯ୍ୟକ୍ରମକୁ ସିଧାପ୍ରସାରଣ କରାଯାଇଥିଲା | ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ|ବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
*କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ସମାଚାର ନିୟୁଜ )*




