Breaking News

ନୂଆପଡା ଉପନିର୍ବାଚନ ପାଇଁ ଗଣନା ଅଧିକାରୀ ମାନଙ୍କ ଚୟନ ପାଇଁ ପ୍ରଥମ ରାଣ୍ଡମାଇଜେସନ୍ ଅନୁଷ୍ଠିତ l

ନୂଆପଡା, ତା ୦୬/୧୧
ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଗଣନା ଅଧିକାରୀ ମାନଙ୍କ ଚୟନ ପାଇଁ ପ୍ରଥମ ପର୍ଯ୍ୟାୟ ରାଣ୍ଡମାଇଜେସନ୍ ଅନୁଷ୍ଠିତ ହୋଇ ଯାଇଛି l ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର,NIC ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶ,ରିଟର୍ଣ୍ଣିଂ ଅଧିକାରୀ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ,ଡେପୁଟି କଲେକ୍ଟର (ନିର୍ବାଚନ) ଶେଖ୍ ନସିମ, ତହସିଲଦାର ପ୍ରଣବ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ଗଣନା କର୍ମଚାରୀଙ୍କ ପାଇଁ ପ୍ରଥମ ରାଣ୍ଡମାଇଜେସନ୍ ସଫଳତାର ସହ ସମ୍ପାଦିତ ହୋଇଥିଲା। NICର ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ (DIO) ରାଣ୍ଡମାଇଜେସନ୍ ପ୍ରକ୍ରିୟା ପ୍ରଦର୍ଶନ କରିଥିଲେ। କୌଣସି ସମସ୍ୟା ବିନା ସଫଳତାର ସହିତ ରାଣ୍ଡମାଇଜେସନ୍ ସମାପ୍ତ ହୋଇଥିଲା। କେଉଁ ଗଣତି ଟେବୁଲ୍ ରେ କେଉଁ କେଉଁ ଅଧିକାରୀ ରହିବେ ତାହା ଏହି କମ୍ପୂଟରୀକୃତ ପ୍ରକ୍ରିୟାରେ ଆପେ ଆପେ ଚୟନ ହୋଇ ଯାଇଥାଏ lଏହା NIC ଦ୍ୱାରା ବିକଶିତ ପୋଲିଂ ପର୍ସୋନେଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ ସଫ୍ଟୱେର୍ ବ୍ୟବହାର କରି କରାଯାଇଥିଲା l ଦ୍ଵିତୀୟ ତଥା ଅନ୍ତିମ ରାଣ୍ଡମାଇଜେସନ୍ ଗଣତି ର ତିନିଘଣ୍ଟା ପୂର୍ବରୁ ୧୪ ତାରିଖରେ ଅନୁଷ୍ଠିତ ହେବ ।ଏକ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରକ୍ରିୟା ସ୍ୱଚ୍ଛ ଭାବରେ ଅନୁସରଣ କରାଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Related Articles

Back to top button