Breaking News

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ    l ୧କୋଟି ୧୬ ଲକ୍ଷ ୮୮ ହଜାର ୪୩୬  ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୬   ବାଇକ୍  ଓ ଏବଂ ଏକ ଚାରିଚକିଆ ଯାନ ଜବତ l 

ନୂଆପଡା, ତା ୦୬  /୧୧/୨୦୨୫ 
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ  ତଲାସୀ ଅଭିଯାନ  ଚାଲିଛି l ଗତ ୦୫  ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୫  ଲି ହାତ ରନ୍ଧା ମଦ, ୩୬  ଲି  ବାହାର  ଭାଟି ମଦ,ଏବଂ  ୧୪୦୦  କେଜି ମହୁଲ ପୋଚ  ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ  ୮୨୦୫୦ ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୭୭ ଲି ବିଅର୍, ୪୨ ଲି ବିଦେଶୀ ମଦ, ୬୭୮୦   ଲି ହାତ ରନ୍ଧା ମଦ, ୧୪୫୫   ଲି ବାହାର ଭାଟି ମଦ ,୬୦କେଜି ଗଞ୍ଜେଇ ଏବଂ ୧,୬୮ , ୦୫୦  କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୧୬    ଲକ୍ଷ ୮୮ ହଜାର ୪୩୬ ଟଙ୍କା ହେବ l ଏହା ସହିତ ଛଅ  ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l  ବର୍ତ୍ତମାନ ସୁଦ୍ଧା ୨୩୨   ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୨୭    ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି l ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l

Related Articles

Back to top button