Breaking News

ଉଦଘାଟନ ଅପେକ୍ଷା ରେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜ଼ିଲ୍ଲାର ମୁଖ୍ୟାଳୟ ଠାରେ, ଏକ 300 ଶଯ୍ୟା ଓ ପୁରୁଣାକଟକ, Degree କଲେଜ ପାଖରେ ଏକ, 30 ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜନ ସାଧାରଣ ଙ୍କ ନିମନ୍ତେ, ପୂର୍ବ ସରକାର ଙ୍କ ସମୟରେ ନିର୍ମାଣ କାର୍ଯ୍ୟ ସରିଛି ଓ ଏହି ଦୁଇଟି ଯାକ ସ୍ୱାସ୍ଥ୍ୟ କେନ୍ଦ୍ର ସବୁଜ ରଙ୍ଗ କାମ ହୋଇ ସାରିଥିଲା l
ବର୍ତ୍ତମାନ ସରକାର, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାକୁ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇଛନ୍ତି l କିନ୍ତୁ, ଗ୍ରାମାଞ୍ଚଳ ରେ ତାହାର ସ୍ଥିତି ଅତି ଦୁର୍ବଳ ଓ ନଗଣ୍ୟ lକିଛିକାଂଶ ରେ ବିଶେଷଜ୍ଞ ଡାକ୍ତର ଙ୍କ ଅଭାବ ଯୋଗୁଁ, ରୋଗୀ ପଡୋଶୀ କନ୍ଧମାଳ ର ଫୁଲବାଣୀ, ଅନୁଗୋଳ ର ଆଠମଲ୍ଲିକ, କିମ୍ବା ବୁର୍ଲା କୁ ସ୍ଥାନାନ୍ତରଣ ହୋଇଥାନ୍ତି l ଯାହାଦ୍ୱାରା, ଗରିବ ଜନସାଧାରଣ ଙ୍କ ପକ୍ଷରେ, ହଇରାଣ ଠାରୁ ଆରମ୍ଭ କରି, ଆର୍ଥିକ ସ୍ଥିତି ଦୋହଲାଇ ଦେଇଥାଏ l ଠିକ ସମୟରେ, ପ୍ରକୁତ ଚିକିତ୍ସା ନ ପାଇ ରୋଗୀ ଙ୍କ ଜନହାନି ହେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ଳ କିନ୍ତୁ, ଦୁର୍ଭାଗ୍ୟ ର ବିଷୟ ଯେ, ନୂତନ ସରକାର ଆସିବାକୁ ( ଦେଢ଼ ) ବର୍ଷ ବିତିଯାଇଥିଲେ ମଧ୍ୟ, ତାହାର କେବଳ ରଙ୍ଗ ପରିବର୍ତ୍ତନ ହୋଇଛି l ଡାକ୍ତରୀ ସରଞ୍ଜାମ ଲାଗି ନ ଥିବାରୁ, ଗରିବ ଜନସାଧାରଣ ଙ୍କ ର କାମରେ ଲାଗିପାରୁନାହିଁ lଜ଼ିଲ୍ଲା କେନ୍ଦ୍ର ର 300 ଶଯ୍ୟା ବିଶିଷ୍ଠ, Rs. 99, 27, 09, 828 ଟଙ୍କା ର ଥିବା ବେଳେ, ତାହା Dt. 17.08.2023 ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ଲକ୍ଷ୍ୟ ଧlର୍ଯ୍ୟ କରା ଯାଇଥିଲା lନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁଁ, ତାହାର ଅଟକଳ ମୂଲ୍ୟ Rs. 138, 58,98,364/- ଟଙ୍କା ରେ ପହଂଚିଲାଣି l
ପୁରୁଣାକଟକ ରେ ଥିବା, 30 ଶଯ୍ୟା ବିଶିଷ୍ଠ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ, ସୁଶ୍ରୀ ସାରଦା construction private ଲିମିଟେଡ଼, ନଖରା, କଟକ ଙ୍କ କର୍ମଚାରୀ ଙ୍କ କହିବା ଅନୁସାରେ, ଆମେ Rs. 8 କୋଟି, 27 ଲକ୍ଷ୍ୟ, 93 ହଜାର ଟଙ୍କା ର କୋଠା, କୁ ସମ୍ପୂର୍ଣ କରି, ସଫା କରି, ବର୍ତ୍ତମାନ ସରକାରଙ୍କୁ ହସ୍ତାନ୍ତରଣ କରିବା ପାଇଁ ପ୍ରସ୍ତାବ ଦେଲୁ l କିନ୍ତୁ କିଛି କାମ ବାକି ଅଛି କହି, କୋଠା ର ରଙ୍ଗ ସବୁଜ ରୁ ଗୈରିକ ରଙ୍ଗ ର କାମ ମଧ୍ୟ ସମ୍ପୂର୍ଣ୍ଣ କରି ସାରିଛୁ l କିନ୍ତୁ, ହସ୍ତାନ୍ତରଣ ପ୍ରକ୍ରିୟା ହୋଇପାରୁନାହିଁ lବର୍ତ୍ତମାନ, ଡାକ୍ତରୀ ସରଞ୍ଜାମ, ପାଚେରୀ, ଓ ରାସ୍ତା କାମ ନିର୍ମାଣ ଭଳି, କିଛି କାମ ବାକି ରହିଛି l ସମୟ ସୀମା ମଧ୍ୟ ରେ କୋଠା କାର୍ଯ୍ୟ ସରି ଥିବା ବେଳେ, ହସ୍ତାନ୍ତରଣ ଓ ଲୋକାର୍ପଣ ରେ ବିଳମ୍ବ ଘଟୁଛି lପୋଷ୍ଟ ମୋର୍ଟମ କୋଠା ମଧ୍ୟ ନିର୍ମାଣ ସରିଛି l
ବିଗତ 6 ମାସ ତଳେ, ପୁରୁଣାକଟକ, ନାଗରିକ କମିଟି, ଚାରିଛକ ଠାରେ, ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ, ଡାକ୍ତର ମୁକେଶ ମହାଲିଙ୍ଗ ଙ୍କୁ ସାକ୍ଷାତ କରି, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଉଦଘାଟନ କଥା ପାଇଁ ଅନୁରୋଧ କରିଥିଲେ l ମାନ୍ୟବର ମନ୍ତ୍ରୀ, କଥା ଦେଲେ ଯେ, ଖୁବ ଶୀଘ୍ର ଲୋକାର୍ପଣ ହେବ ବୋଲି କଥା ଦେଇଥିଲେ l
କିନ୍ତୁ, 6 ମାସ ବିତିଗଲା ପରେ ବି, ଚିକିତ୍ସାଲୟ କୋଠା ଟି ଜନସାଧାରଣ ଙ୍କ କାମରେ ଲାଗି ପାରୁ ନାହିଁ l ଯାହା ଦ୍ୱାରା ରୋଗୀ ଅନ୍ୟ ଜ଼ିଲ୍ଲା କୁ ରେଫର ହୋଇ ହନ୍ତସନ୍ତ ହେଉଛନ୍ତି ଏଣୁ, ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଖୁବ ଶୀଘ୍ର ବୌଦ୍ଧ ଜ଼ିଲ୍ଲା କେନ୍ଦ୍ର ରେ ଥିବା ମୁଖ୍ୟ ଚିକିତ୍ସାଲୟ ର 300 ଶଯ୍ୟା ବିଶିଷ୍ଠ ଓ ପୁରୁଣାକଟକ ରେ ଥିବା 30 ଶଯ୍ୟା ବିଶିଷ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜନସାଧାରଣ ଙ୍କ ଉଦ୍ଦେଶ୍ୟ ରେ ଉଦଘାଟନ କଲେ, ଜ଼ିଲ୍ଲା ବାସି ଉପକୃତ ହୁଅନ୍ତେ lରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ର ଯଦି ଆଗ୍ରହ ରୁହେ, ତାହାହେଲେ, ଖୁବ ଶୀଘ୍ର ଚିକିତ୍ସାଲୟ ଦୁଇଟି ଜନ ସେବାରେ ଲାଗିବ ବୋଲି, ଅଞ୍ଚଳ ବାସି ଙ୍କ ଆଶା ଓ ବିଶ୍ୱାସ ରହିଛି l

Related Articles

Back to top button