Breaking News

ଝଲସିଲା ବହୁ ପୂରାତନ ଗେଟ୍ : ତାଳଚେର

ତାଳଚେର, ୦୬/୧୧ ତାଳଚେରର ଐତିହ୍ୟ ବହୁପୂରାତନ ଫାଷ୍ଟଗେଟ୍ ତୋରଣ ଓ ଘୋଡ଼ାଶାଳର ତୋରଣ ଦୁଇଟି ଜରାଜିର୍ଣ୍ଣ ଅବସ୍ଥା ଦେଇ ଗତି କରୁଥିଲା । ବାରମ୍ବାର ଏହି ଖବର ପ୍ରସାରଣ ହେବାପରେ ତାଳଚେର ନଗପରପାଳ ପବିତ୍ର ଭୂତିଆ ହୃଦୟଙ୍ଗମ କରି ଏହି ଦୁଇଟି ଗେଟ୍‌ର ପୁନରଉଦ୍ଧାର କରିଛନ୍ତି । ଏହି ଗେଟ ଗୁଡ଼ିକ ରାଜାରାଜୁଡ଼ା ଅମଳରୁ ନିର୍ମାଣ କରାଯାଇଥିଲା । ଯାହାକି ତାଳଚେର ଅଂଚଳର ଶୋଭାବର୍ଦ୍ଧନ କରୁଥିଲା । ଏହାର ଜରାଜିର୍ଣ୍ଣ ଅବସ୍ଥା ପରେ ଏବେ ସେଗୁଡ଼ିକ ନୂତନଭାବେ ନିର୍ମାଣ କରି ବିଭିନ୍ନ ରଙ୍ଗବେରଙ୍ଗ ଓ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବାରୁ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ତେଣୁ ନଗରପାଳ ନିହାତିଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଥିବାରୁ ଅଂଚଳବାସୀ ଧନ୍ୟବାଦ ଜଣାଇବା ସହ ତାଳଚେର ପୁରୁଣା ଐତିହ୍ୟ ପୋଖରୀ ଗୁଡ଼ିକର ପୁନଉଦ୍ଧାର କଲେ ଅଂଚଳବବାସୀ ଉପକୃତ ହେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ସେଗୁଡ଼ିକ ମଧ୍ୟରୁ ଚିତ୍ରକୂଟ୍ଟ ପୋଖରୀ, ରାମଚନ୍ଦ୍ରବଜାର ପଛପାଶ୍ୱର୍ ପୋଖରୀ, ମଦନମୋହନ ପୋଖରୀ, ଜୁବୁଲି ଟାଙ୍କି ପୋଖରୀ, ବାପୁଜୀନଗର ପୋଖରୀ, ରାଣୀପାର୍କ ବସଷ୍ଟାଣ୍ଡ ପୋଖରୀ ଇତ୍ୟାଦି ଗୁଡ଼ିକ ଏବେ ଜରାଜିର୍ଣ୍ଣ ହୋଇ ପଡ଼ି ରହିଛି । ତେଣୁ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଗୁଡ଼ିକର ପୁନଉଦ୍ଧାର କରାଯିବାକୁ ସ୍ଥାନୀୟବାସୀ ମତପ୍ରକାଶ କରିଛନ୍ତି ।

Related Articles

Back to top button