Breaking News
କେରଳରରେ ମୃତ ଶ୍ରମିକଙ୍କ ମୃତଦେହକୁ ସମ୍ବଲପୁର ଗ୍ରାମକୁ ଆଣି ପରିବାରକୁ ହସ୍ତାନ୍ତର କଲା ଜ଼ିଲ୍ଲା ପ୍ରଶାସନ


ବୌଦ୍ଧ (ଚିତ୍ତରଞ୍ଜନ ସିଂହ) କେରଳ ରାଜ୍ୟର ଭାଡ଼ କୁମୁରୀ ଠାରେ ଆତ୍ମହତ୍ୟା କରି ମ୍ରୁତ୍ୟ ବରଣ କରିଥିବା ହରଭଙ୍ଗା ବ୍ଲକ ସମ୍ବଲପୁର ଗ୍ରାମର ଶ୍ରମିକଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଗ୍ରାମର ଅନିଲ ନାଏକ କେରଳ ରାଜ୍ୟ ଇଡ଼ୁକି ଜିଲ୍ଲାର ଏକ ପ୍ଲାଏ ଉଡ କମ୍ପାନୀରେ କାମ କରୁଥିବା ବେଳେ ଗତ 2 ତାରିଖ ଦିନ ଆତ୍ମହତ୍ୟା କରିଥିଲେ | ତାଙ୍କ ମୃତଦେହକୁ ଘରକୁ ଆଣିବl ପାଇଁ ପରିବାର ପ୍ରଶାସନକୁ ଅନୁରୋଧ କରିଥିଲେ | ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ୱାବଧାନରେ ବୁଧବାର ଦିନ କୋଚି ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଯାଏଁ ଉଡ଼ାଜାହାଜରେ ଅନାଜିବା ପରେ ସେଠାରୁ ମହାଯାତ୍ରା ରଥରେ ସମ୍ବଲପୁର ଗ୍ରାମକୁ ଆଣି ପରିବାରକୁ ହସ୍ତାନ୍ତର କରା ଯାଇଥିଲା l ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ଆଜି ସକାଳ 8 ଘଣ୍ଟା ସମୟରେ ସୂଚନା ଦେଇଛନ୍ତି l




