Breaking News

ସ୍ବର୍ଗତ ରାଜୁ ଭାଇ ଢୋଲକିଆଙ୍କୁ ବିଜେଡି ଅଣଦେଖା କରିଥିଲା- କଳ୍ପନା ଢୋଲକିଆ 

ନୂଆପଡ଼ା, ପରମେଶ୍ୱର ମେହେର

ସ୍ବର୍ଗତ ପୂର୍ବତନ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପରିବାରରୁ ତୀବ୍ର ଅଭିଯୋଗ ସାମ୍ନାକୁ ଆସିଛି । ତାଙ୍କ ପତ୍ନୀ କଳ୍ପନା ଢୋଲକିଆ ମର୍ମଭରା ସ୍ୱରରେ କହିଛନ୍ତି ଯେ, ସ୍ୱାମୀଙ୍କ ଅସୁସ୍ଥତା ବେଳେ ବିଜେଡି ଦଳ ଓ ନେତାମାନେ ପୂର୍ଣ୍ଣ ଅଣଦେଖା କରିଥିଲେ । ସେ କହିଛନ୍ତି, “ସ୍ୱାସ୍ଥ୍ୟ ଖରାପ ଥିଲାବେଳେ କୌଣସି ବିଜେଡି ନେତା ଫୋନ କରିନଥିଲେ । ହସ୍ପିଟାଲକୁ ଯାଇ ସ୍ୱାସ୍ଥ୍ୟଗତ କଥା କିଛି ପଚାରିବା ଦୂର, ଥରେ ଆଶ୍ୱାସନା ଦେବାକୁ ମଧ୍ୟ ଆସିଲେନି । ଦଳର ସପୋର୍ଟ ଦୁଃସମୟରେ ଆତ୍ମବଳ ଦେଇଥାଏ, କିନ୍ତୁ ସେଥିରେ ଆମେ ଏକାକୀ ହୋଇଗଲୁ । ତାଙ୍କ ଅଭିଯୋଗ, ଦୀର୍ଘ ୨୪ ବର୍ଷ ଦଳ ସହ ରହିଥିବା ସତ୍ତ୍ୱେ, ଦଳର ଅଭାବୀୟ ସମ୍ବେଦନଶୀଳ ଆଚରଣ ପରିବାରକୁ ମନୋବଳ ହାରାଇଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ, “ବିଜେଡିର ଅଣଦେଖା ମୃତ୍ୟୁର ଅନ୍ୟତମ କାରଣ ହୋଇଥାଇପାରେ । ପରିବାର ଆହୁରି ଚେତାବନୀ ଦେଇଛି ଯେ, ବିଜେଡି ସ୍ୱର୍ଗତ ଢୋଲକିଆଙ୍କର ଫଟୋ କୌଣସି ପ୍ରଚାର ରେ ବ୍ୟବହାର ନ କରନ୍ତୁ । ସ୍ୱର୍ଗତ ଢୋଲକିଆଙ୍କ ପୁଅ ଅନ୍ୟ ଦଳକୁ ଯୋଗ ଦେବା ପାଇଁ ଟଙ୍କା ନେଇଥିବା ଅଭିଯୋଗ ଉପରେ ତାଙ୍କ ପତ୍ନୀ କହିଛନ୍ତି, ଏହା ସଂପୂର୍ଣ୍ଣ ମିଥ୍ୟା । ଆମେ ନୂଆପଡ଼ାର ବିକାଶ ପାଇଁ ମିଶିଛୁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରଧାରାରେ ପ୍ରେରିତ ହୋଇ ସମର୍ଥନ ଦେଉଛୁ । ସେ ଆଖିରେ ଏକ ସ୍ପଷ୍ଟ ମେସେଜ ଦେଇଛନ୍ତି: ଉତ୍ତରାଧିକାରୀ କିଏ ହେବ, ସେ ନିଷ୍ପତ୍ତି ପରିବାର ନେବ। କୌଣସି ଦଳ ତାହା ନଇଁ ନିର୍ଦ୍ଦେଶ କରିପାରିବ ନାହିଁ । ଏହି ପ୍ରସଙ୍ଗରେ ବିଜେଡି ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ ।

Related Articles

Back to top button