Breaking News

ସରଧାପୁର ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ।

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସରଧାପୂର ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଧୁମଧାମରେ ପାଳିତ ହୋଇଯାଇଛି ।

ଏହି ଅବସରରେ ପ୍ରଭୁ ଶ୍ରୀ କାର୍ତ୍ତିକଙ୍କ ପୂଜା କରାଯାଇଥିଲା ଓ ରାତ୍ରି କାଳୀନ ପୁରାଣ ପାଠ କରାଯାଇଥିଲା ।ହରିବୋଲ ହୁଳହୁଳି ଶବ୍ଦରେ ଗ୍ରାମ ଆନନ୍ଦ ଉଲ୍ଲାସରେ ଭରି ଉଠିଥିଲା। ଆଜି କାର୍ତ୍ତିକ ପୂର୍ଣ୍ଣିମାର ପଞ୍ଚୁକ ତିଥିରେ ସମସ୍ତ ବ୍ରତୀ ମାନେ ଭୋର ସକାଳରୁ ନିତ୍ୟକ୍ରମ ସାରି ସ୍ଥାନୀୟ ପୋଖରୀରେ ବୋଇତ ବନ୍ଦାଣ କରିଥିଲେ। ପୁରାଣ ଶାସ୍ତ୍ର ଅନୁଯାୟୀ ବାରମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ଶ୍ରେଷ୍ଠ ମାସ ଏହି ମାସରେ ଶ୍ରୀ ଶ୍ରୀ କାର୍ତ୍ତିକେୟ ଙ୍କୁ ରିତି ନିତି ର ସହ ଭକ୍ତି ଭାବରେ ପୂଜାର୍ଚ୍ଚନା କରି କାର୍ତ୍ତିକ ପୂର୍ଣ୍ଣିମା ପାଳନ କଲେ ପାପ କ୍ଷୟ, ଦୁଃଖ କଷ୍ଟ ଦୂର ହୁଏ ଏବଂ ଶୁଖ ଶାନ୍ତି ସମୃଦ୍ଧି ଓ ପୂଣ୍ୟ ଅର୍ଜ୍ଜନ ହୁଏ ବୋଲି କାର୍ତ୍ତିକ ପୂର୍ଣ୍ଣିମା ପାଳନ କରୀ ବ୍ରତି ମା ମାନଙ୍କ ବିଶ୍ଵାସ ରହିଥିବା ମତ ପ୍ରକାଶ କରିଛନ୍ତି।

ଉକ୍ତ ପୂଜାରେ ପୂଜକ ଭାବରେ ଚତୁର୍ଭୁଜ ଦାସ କାର୍ଯ୍ୟ ତୁଲାଇଥିବାବେଳେ କର୍ତ୍ତା ଭାବରେ କମଲ ଗହିର ଓ ତାଙ୍କ ଧର୍ମ ପତ୍ନୀ କଲାବତି ଗହିର, ମଦନ ଗହିର, ରୁଖ ଗହିର,କେଶବ ରୋତି,ଗିରିଧାରୀ ଗହିର ଙ୍କ ସମେତ ଅନେକ ଭକ୍ତ ସହଯୋଗ କରିଥିଲେ ।

Related Articles

Back to top button