Breaking News

ସିନାପାଲି ମହିମା ସାଧୁ ଆଶ୍ରମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଲୀଳା ଅନୁଷ୍ଠିତ

 

ନୂଆପଡ଼ା ଜିଲ୍ଲା ସଦର ସିନାପାଲି ମହିମା ସାଧୁ ଆଶ୍ରମରେ ବ୍ରହ୍ମାବଧୂତ ସନ୍ତୋଷ ବାବାଙ୍କ ଶିଷ୍ୟ ରବୀନ୍ଦ୍ର ଦାସ ବାବାଙ୍କ ନେତୃତ୍ବରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଲୀଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଡୋଶୀ ଜିଲ୍ଲା ବଲାଙ୍ଗୀର ବଙ୍ଗୋମୁଣ୍ଡା ମହିମା ଆଶ୍ରମର ବ୍ରହ୍ମାବଧୂତ କପିଳେନ୍ଦ୍ର ବାବା ଓ ବ୍ରହ୍ମାନନ୍ଦ ବାବା ଯୋଗଦେଇଥିଲେ । ମହିମା ଧର୍ମର ପ୍ରଚାରକ ତଥା ବିଶିଷ୍ଟ ପ୍ରବାଚକ ସାଧୁ କପିଳେନ୍ଦ୍ର ବାବା ଏବଂ ସତ୍ୟ ତ୍ୟାଗୀ ପ୍ରବଚନ କରିଥିଲେ । ସକାଳ ୮.୩୦ ଘଣ୍ଟା ସମୟରେ ଅଖଣ୍ଡ ବ୍ରହ୍ମଧ୍ୱନି ସ୍ଥାପନ କରାଯାଇଥିଲା । ପରେ ଦିନ ଦ୍ବିପ୍ରହରରେ ପଡୋଶୀ ରାଜ୍ୟ ଛତିଶଗଡ଼ ଗାୟକମାନେ ଭଜନ ପରିବେଷଣ କରିଥିଲେ ।ଏହି ଅବସରରେ ବାବା ଯଶୋବନ୍ତ ଦାସ, ରାମ ଦାସ, କନ୍ଦର୍ପ ଦାସ, ଯୋଗାନନ୍ଦ ଦାସ, ଅଚ୍ୟୁତାନନ୍ଦ ଦାସ, କୁମାରୀରୁ ଅନନ୍ତ ଦାସ ସମେତ ଅନେକ ଭକ୍ତ ଉପସ୍ଥିତ ଥିଲେ ।ରାତ୍ରୀରେ ବ୍ରହ୍ମ ଯଜ୍ଞ ହୋଇଥିଲା ପରେ ଆଜି ଭୋର୍ ସକାଳୁ ସମସ୍ତ ଭକ୍ତ ସ୍ଥାନୀୟ ଉଦନ୍ତୀ ନଦୀରେ ବୋଇତ ବନ୍ଦାଣ କରିଥିଲେ ପରେ ଆଶ୍ରମକୁ ଆସି ଉପସ୍ଥିତ ସାଧୁ ସନ୍ଥ ମାନଙ୍କୁ ପ୍ରଣାମ କରିଥିଲେ । ଶେଷରେ ଅଖଣ୍ଡ ବ୍ରହ୍ମ ଧ୍ୱନିର ବିଭୂତିକୁ ନିଜ ନିଜ ଘରକୁ ନେଇଥିଲେ କାରଣ ବିଭୂତି ସ୍ପର୍ଶ ମାତ୍ରକେ ଗୁଡ଼ି ଗାରେଡ଼ି,ଭୂତ ପ୍ରେତ,ପିଶାଚର କୁପ୍ରଭାବରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଏଥିରେ କମିଟିର ସଭାପତି ମୂରଲୀଧର ସା, ଉପ ସଭାପତି ବିଦ୍ୟାଧର ସା ( ଶୈଳେଶ ) ,ସମ୍ପାଦକ ଗୌରହରି ସା,ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ସା,ସହ ସମ୍ପାଦକ ଯଶୋବନ୍ତ ସା, କୋଷାଧ୍ୟକ୍ଷ ରିପୁଧର ସା ଓ ପୁରୁଷୋତ୍ତମ ସା,ପ୍ରମୁଖ ଭକ୍ତ ଭୁବନେଶ୍ୱର, ଚକ୍ରଧର, ଗିରିଶ ଭକ୍ତ, ରୁଦ୍ର, ମକର, କୁମୁଦ ଭକ୍ତ, ଦେବାରାମ, ରୁଦ୍ର ଭକ୍ତ, ସଚ୍ଚିଦାନନ୍ଦ, ଗଗନ ଭକ୍ତ, ଦୁତୀୟା ଭକ୍ତ ଙ୍କ ସମେତ ଅନେକ ଭକ୍ତ ସହଯୋଗ କରିଥିଲେ ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ

Related Articles

Back to top button