ସିନାପାଲି ରେ ୧୨୨ ବର୍ଷ ଧରି ରାହାସ ପୂର୍ଣ୍ଣିମା ଉପଲକ୍ଷେ ସଂପ୍ରଦା ପରିବେଷଣ


ନୂଆପଡା ଜିଲ୍ଲା ସିନାପାଲି ଶ୍ରୀ ଜଗନ୍ନାଥ ଭାଗବତ ଟୁଙ୍ଗୀ ତରଫରୁ ସିନାପାଲି ଜଗନ୍ନାଥ ଛକ ଠାରେ ସପ୍ତାହ ବ୍ୟାପି ଚାଲିଥିବା ରାହାସ ପୂର୍ଣ୍ଣିମା କାର୍ଯ୍ୟକ୍ରମ ବୁଧବାର ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମ ର ବିଭିନ୍ନ ଦିବସ ରେ ସ୍ଥାନୀୟ ସଂପ୍ରଦା ଦଳ ସହ ପଦମ ପୁର, ବର ଗାଁ, ମଗର ରୋଡା ସମେତ ପଡୋଶୀ ଛତିଶଗଡ ରୁ ପାରମ୍ପରିକ ସଂପ୍ରଦା ଦଳ ମାନେ ଯୋଗ ଦେଇ ଭକ୍ତି ନୃତ୍ୟ ପରିବେଷଣ ପରିବେଷଣ କରିଥିଲେ l ଏଥିରେ କର୍ତ୍ତା ଭାବରେ ବନମାଳୀ ମେହେର ଓ ତାଙ୍କ ସହ ଧର୍ମୀଣୀ ପ୍ରମିଳା ମେହେର ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବରେ ବସନ୍ତ କୁମାର ପତି କାର୍ଯ୍ୟ ତୁଲାଇ ଥିଲେ l ଶତାଧିକ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ଏହି ସଂପ୍ରଦା କାର୍ଯ୍ୟକ୍ରମ ରେ ଅଞ୍ଚଳ ର ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁ ଯୋଗ ଦେଇ ଉପଭୋଗ କରିଥିଲେ l
୧୯୦୩ ମସିହା ରେ ସେ ସମୟ ର କିଛି ସଂସ୍କୃତି ପ୍ରେମୀ ବ୍ୟକ୍ତି ଙ୍କ ପ୍ରୟାସ ରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଥିବା ସଂ ପ୍ରଦା ନୃତ୍ୟ ନିରବଛିନ୍ନ ଭାବରେ ଆଜି ଯାଏ ପରିବେଷିତ ହୋଇ ଆସୁଛି l ସଂପ୍ରଦା ଦେଖିବାକୁ ପ୍ରତିଦିନ ସନ୍ଧ୍ୟା ରୁ ବିଳମ୍ବିତ ରାତ୍ରି ଯାଏ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ କମିଟି ର ସଭାପତି ନରହରି ମେହେର, ଉପସଭାପତି ରାମେଶ୍ୱର ମେହେର, ସମ୍ପାଦକ – ନୀଳାଞ୍ଚଳ ମେହେର, କୋଷାଧ୍ୟକ୍ଷ -ଶିବପ୍ରସାଦ ମେହେର ଙ୍କ ସମେତ ସୀତାରାମ ମେହେର, ଗୋବର୍ଦ୍ଧନ ମେହେର, ନବଘନ ମେହେର, ମଣ୍ଟୁ ମେହେର, , ଦେବରାଜ ରଣା, ସାନ ମେହେର, ବୈବ ମେହେର, ଜୟଦେବ ମେହେର, ଚିତ୍ରୁ ମେହେର, ରୋହିତ ମେହେର, ପ୍ରମୁଖ ସହଯୋଗ କରି ଥିଲେ l ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ଙ୍କ ରିପୋର୍ଟ l




