ଚେଳିତୋଳ ବୋଇତ ବନ୍ଦାଣ ୨୦୨୫ ଓ ବାଲିଯାତ୍ରା ର ଶୁଭ ଉଦଘାଟନ !!


ତିର୍ତ୍ତୋଲ ::-ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ ତାର୍ତ୍ତୋଲ ର ମଧ୍ୟ ସ୍ଥଳ ଗୋପିଆକୁଦ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ ୨୦୨୫ !ଏହି ଉପଲକ୍ଷେ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ କୁ ବିଦାୟ ଦେବା ସଙ୍ଗେସଙ୍ଗେ ତାର୍ତ୍ତୋଲ ମହାନଦୀ ଘାଟରେ ପାଳିତ ହୋଇଯାଇଛି ବୋଇତ ବନ୍ଦାଣ ଉତ୍ସବ !
ଉତ୍କଳୀୟ ପରମ୍ପରା ଅନୁସାରେ ସାଧବ ପୁଅ ମାନେ ଏହି ପବିତ୍ର ଦିନରେ ବୋଇତ ନେଇ ବିଦେଶ କୁ ବ୍ୟବସାୟ ଅର୍ଥରେ ଯାଇଥାନ୍ତି ! ସାଧବବୋହୁ ମାନେ ବୋଇତକୁ ବନ୍ଦାପନା କରି ମେଲାଣି ଦେଇଥାନ୍ତି ! ସେହି ଉତ୍କଳୀୟ ପରମ୍ପରାର ନିଦର୍ଶନ ସ୍ୱରୂପ ତତ୍କାଳୀନ ଚେଳିତୋଳ ବନ୍ଦର ତଥା ବର୍ତ୍ତମାନ ର ତାର୍ତ୍ତୋଲ ଠାରେ ଦୀର୍ଘ ୨୪ ବର୍ଷ ଧରି ଆୟୋଜିତ ହେଇ ଆସୁଛି ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ !ଚଳିତ ବର୍ଷ ମହା ଆଡମ୍ବର ସହକାରେ ବାଦ୍ୟ ଓ ସୁସଜ୍ଜିତ ଡାକବାଜି ମୂର୍ଚ୍ଛନା ରେ ସାଧବ ପୁଅ ଓ ସାଧବାଣୀ ମାନେ ବନ୍ଦାଣ ଘାଟ ନିକଟରେ ପହଂଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା !ତିର୍ତ୍ତୋଲ ର ବିଧାୟକ ତଥା ବାଲିଯାତ୍ରାର ସଭାପତି ଡଃ. ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ସାଧବ ପୁଅ ଓ ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଙ୍କ ନେତୃତ୍ୱରେ ସାଧବ ବୋହୁ ଙ୍କୁ ବୋଇତ ବନ୍ଦାଣ ଉତ୍ସବ ରେ ଦେଖିବାକୁ ମିଳିଥିବା ବେଳେ, ପଣ୍ଡିତ ଅଭୟ କୁମାର ଦାଶ ଏବଂ ପଣ୍ଡିତ ଶିଶିର କୁମାର ପଣ୍ଡା ବେଦ ପାଠ ପୂର୍ବକ ବୋଇତ ବନ୍ଦାଣ କାର୍ଯ୍ୟ ସମାପନ କରିଥିଲେ !ଏହି ମନୋରମ ଐତିହାସିକ ଦୃଶ୍ୟକୁ ସହସ୍ରାଧିକ ଉତ୍ସାହି ଜନସାଧାରଣ ଉପଭୋଗ କରିଥିବାର ଦେଖିବାକୁ ମିଳିଥିଲା !ବିଧାୟକ ଙ୍କ ସହିତ ଏହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଚିତ୍ତରଞ୍ଜନ ରଥ, ଯଶୋବନ୍ତ ରାଉତ, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବିମଳ କୁମାର ମହାପାତ୍ର, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ,ସମାଜସେବୀ ସୁବ୍ରତ କୁମାର ଦାଶ, ଜିଲ୍ଲାପରିଷଦ ରଞ୍ଜିତା ସିଂହ ଏବଂ ଆହୁରି ଅନେକ ଯୁବଗୋଷ୍ଠୀ !ବୋଇତ ବନ୍ଦାଣ ପରେ ବିଧାୟକ ମହୋଦୟ ଙ୍କ କରକମଳରେ ପଣ୍ଡିତ ଅଭୟ ଦାଶଙ୍କ ଭାଗବତ ଟୁଙ୍ଗୀ ଏବଂ ବାଲିଯାତ୍ରା ମହୋତ୍ସବ ମୈଦାନ କୁ ଉଦଘାଟନ କରାଯାଇଥିଲା ! ଆଦ୍ୟ ଦିବସ ଠାରୁ ୭ ଦିବସ ବ୍ୟାପି ଏହି ବାଲିଯାତ୍ରା ମହୋତ୍ସବ ଚାଲୁ ରହିବ ବୋଲି କମିଟି ତରଫରୁ ସୂଚନା ମିଳିଛି !!
ଜଗତସିଂହପୁର ରୁ ଭାଗବତ ପ୍ରସାଦ ଙ୍କ ରିପୋର୍ଟ ସମର୍ଥ ସମାଚାର !!




