Breaking News

ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୫ତମ ପ୍ରତିଷ୍ଠା ଓ ନବଗ୍ରହ ବିଗ୍ରହ ସ୍ଥାପନ ।

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ)

ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୌଦ୍ଧ ଜିଲ୍ଲାର ଚାରିଛକ ସ୍ଥିତ ଶ୍ରୀପୁରୁଷୋତ୍ତମ ଦିବ୍ୟଧାମ ଜଗନ୍ନାଥ ମହାପ୍ରଭୁଙ୍କ ୧୫ତମ ପ୍ରତିଷ୍ଠା ମହାଆଡମ୍ବର ରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ସକାଳ ଧୂପ ପରେ କଳସ ଯାତ୍ରା ରେ ଭକ୍ତ ମାନେ ଯାଇ ନଦୀ ରୁ ପାଣି ଆଣି ନିଜ ମାନସିକ ପୂରଣ ନିମନ୍ତେ ଶୁଭକଳସ ସ୍ଥାପନ କରିଥିଲେ । ପରେ ଭକ୍ତ ଙ୍କ ମାନସିକ ପୂରଣ ନିମିତ୍ତ ହୋମଯଜ୍ଞ, ବିଷ୍ଣୁସହସ୍ର ନାମ ଓ ହନୁମାନ ଚାଲିଶା ପାଠ ସହ ୧୦୮ଆଳତି କରାଯାଇଥିଲା । ପରେ ଶନିଦେବ ଙ୍କ ମନ୍ଦିର ରେ ନବଗ୍ରହ ମୃତ୍ତି ଯଥା ରୀତିନୀତି ଓ ହୋମଯଜ୍ଞ ସହ ସ୍ଥାପନ କରାଯାଇଥିଲା । କର୍ତ୍ତା ଅର୍ଜୁନ କହଁର ଓ ଦିଲ୍ଲୀପ ପ୍ରଧାନ ଙ୍କ ଦ୍ଵାରା ସମସ୍ତ ଯଜ୍ଞ କାଯ୍ୟ ସମ୍ପାଦନ ହୋଇଥିବା ବେଳେ କୃଷ୍ଣଚନ୍ଦ୍ର ପାଢ଼ୀ ,ଜିତେନ୍ଦ୍ର ନାଥ ଦାଶ ,ମନ୍ଦିର ପୁରୋହିତ ନାରାୟଣ ନନ୍ଦ ଚନ୍ଦ୍ରଶେଖର ପୁରୋହିତ ପୂଜା ସମ୍ପାଦନ କରିଥିବା ବେଳେ ଠିଡିକାଯୋର ଗାଁ କମିଟି ,କେଦାରେଶ୍ଵ ଶିବ ମନ୍ଦିର କମିଟି ,ଗଣେଶ ପୂଜା କମିଟି ,ରାମସେନା, ମାଦୁର୍ଗା ବଣିକ ସଂଘ ର ସମସ୍ତ ସଦସ୍ୟଙ୍କ ସମେତ ମହେଶ୍ୱର ନାୟକ,ସମ୍ପାଦକ ବାମଦେବ ଦାଶ ,ବେଦବର ପ୍ରଧାନ ,ସିକନ ନାୟକ, ଲୋକନାଥ ନାୟକ, ଚନ୍ଦ୍ରମଣି କହଁର, ସ୍ବପନେଶ୍ୱର ଯାନୀ, ସୁବାସ ପ୍ରଧାନ , ମାନସ ବେହେରା, ଆଶିଷ ସାହୁ ,କୃଷ୍ଣଚନ୍ଦ୍ର ମଲ୍ଲିକ ,ଅନାଦି ସାହୁ, ଦିଲ୍ଲୀପ ସାହୁ ଅନ୍ୟ ସମସ୍ତ ଅଞ୍ଚଳବାସୀ ଉପସ୍ଥିତ ରହି ସମସ୍ତ କାଯ୍ୟ ସମ୍ପାଦନ କରିଥିଲେ । ଅନ୍ୟପଟେ ପୂଜା ସରିବା ପରେ ଅଞ୍ଚଳ ର ବହୁ ଭକ୍ତ ଓ ଗ୍ରାମବାସୀ ସମୁହ ବସି ପ୍ରସାଦ ସେବନ କରିଥିଲେ । ପରେ ସ୍ଥାନୀୟ କୁନି କୁନି କଳାକାର ଙ୍କ ଦ୍ଵାରା ସଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ସଂମ୍ମାନୀତ ଅତିଥି ଭାବେ ସୁବାଷ ପ୍ରଧାନ, ମନ୍ଦିର ସଭାପତି କୃଷ୍ଣ ଚନ୍ଦ୍ର ମଲ୍ଲିକ , ନୟାବ ସରପଞ୍ଚ ସୌଦାମିନୀ ମଲ୍ଲିକ, ବେଦବର ପ୍ରଧାନ ଯୋଗ ଦେଇଥିଲେ । ଅନ୍ୟପଟେ ମନ୍ଦିର ଉର୍ଣ୍ଣତି କରାଯିବ ବୋଲି ବିଧାୟକ ପ୍ରତିନିଧି ସୁଶାନ୍ତ ପ୍ରଧାନ କହିଥିଲେ । ପରେ କୁନି କୁନି କଳାକାର ଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ପରେ ସନ୍ଧ୍ୟା ରେ ବିଶ୍ୱର ମଙ୍ଗଳ ନିମନ୍ତେ ଭକ୍ତମାନଙ୍କ ଦ୍ଵାରା ଏକ ହଜାର ଆଠ ଦୀପ ଦାନ କରାଯାଇଥିଲା ।

Related Articles

Back to top button