Breaking News

ମୋନ୍ଥା ରେ ବ୍ୟାପକ ଚାଷ କ୍ଷତି, କ୍ଷତିପୂରଣ ଦାବି କଲେ ଚାଷି

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଞ୍ଚଳ ରେ ବାତ୍ୟା ମୋନ୍ଥା ର ପ୍ରକୋପ ନ ଥିଲେ ମଧ୍ୟ ବାତ୍ୟା ର ପ୍ରଭାବ ରେ ହୋଇଥିବା ବର୍ଷା ଓ ପବନ ଯୋଗୁଁ ଚାଷୀଙ୍କ ଅମଳ ହୋଇ ଥିବା ଧାନ ଫସଲ ବ୍ୟାପକ କ୍ଷୟ କ୍ଷତି ହୋଇଛି । ବର୍ଷା ଓ ପବନ ହେବା ଯୋଗୁଁ ଧାନ ଜମିରେ ପାଣି ଜମି ରହିବା ଫଳରେ ଅଧିକାଂଶ ଜମିରେ ଧାନ ଗଛ ଚାଷ ଜମିରେ ଶୋଇପଡିଛି। ବ୍ୟାପକ ଭାବେ ଧାନ ଫସଲ ନଷ୍ଟ ହୋଇଥିବାରୁ କ୍ଷୟକ୍ଷତି ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷୀଙ୍କୁ କ୍ଷତି ପୂରଣ ଦେବା ନେଇ ଧର୍ମଗଡ ବ୍ଲକ ଅନ୍ତର୍ଗତ ଲୁହଗାଁ, ଗତାଗୁଡା, ସାଗୁନଭାଡ଼ି ର ପ୍ରମୁଖ ଚାଷୀମାନେ ଧର୍ମଗଡ ତହସିଲଦାର ଙ୍କ ଦ୍ୱାରସ୍ତ ହୋଇଛନ୍ତି। ଚାଷୀଙ୍କ ଅଭିଯୋଗ ଅନୁଯାଇ ଗତ ଲଘୁଚାପ ବର୍ଷା ଓ ପବନ ପ୍ରଭାବ ରେ ବହୁଳ ପରିମାଣରେ ଧାନ ଚାଷ କ୍ଷୟକ୍ଷତି ହୋଇଥିବା ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଏହାର ଉଚିତ ତଦନ୍ତ ଓ କ୍ଷୟ କ୍ଷତି ର ଆକଳନ କରି ସହାୟତା ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର 

Related Articles

Back to top button