Breaking News
କଣ୍ଟମାଳ ପୋଲିସକୁ ବଡ଼ ସଫଳତା, ଜଙ୍ଗଲରୁ ଜବତ କଲା ୨୬୦କେଜି ଗଞ୍ଜେଇ,ଆସାମୀ ଫେରାର


କଣ୍ଟାମାଳ ,୫/୧୧/୨୫:( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଚୋରାଚାଲାଣ ପାଇଁ ପ୍ରସ୍ତୁତି ଗଞ୍ଜେଇକୁ ଜବତ କରିଛି ପୋଲିସ I ସୂଚନାପ୍ରକାରେ ବିଶ୍ଵସ୍ତ ସୂତ୍ରରୁ ମଙ୍ଗଳବାର ଦିନ ଖବର ପାଇ କଣ୍ଟାମାଳ ପୋଲିସ ସାଲେପୁର ଜଙ୍ଗଲରେ ଚୋରାଚାଲାଣ ପ୍ରସ୍ତୁତି ସ୍ଥଳକୁ ପହଞ୍ଚିବା ପୂର୍ବରୁ ପୋଲିସକୁ ଦେଖି ଆସାମୀମାନେ ଫେରାର ମାରିଥିଲେ । ସ୍ଥଳରୁ ସମସ୍ତ ଗଞ୍ଜେଇ ଜବତ କରି ମାଜିଷ୍ଟେଟଙ୍କ ସାମାନାରେ ଓଜନ କରିବାରୁ ୨୬୦.୪ କେଜି ଗଞ୍ଜେଇ ହୋଇଥିଲା।ଏନେଇ କଣ୍ଟାମାଳଥାନାରେ କେସ ନଂ ୨୧୫ /୨୫ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନାଧିକାରୀ ରଂଜିତ କୁମାର ମୁନୀ ପ୍ରକାଶ କରିଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




