ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ l ୧କୋଟି ୧୧ ଲକ୍ଷ ୩୬ ହଜାର ୫୩୬ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ , ୫ ବାଇକ୍ ଓ ଏବଂ ଏକ ଚାରିଚକିଆ ଯାନ ଜବତ l


ନୂଆପଡା, ତା ୦୩ /୧୧/୨୦୨୫
ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ତତ୍ପରତା ସହିତ ତଲାସୀ ଅଭିଯାନ ଚାଲିଛି l ଗତ ୦୨ ତାରିଖ ରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୪୦ଲି ହାତ ରନ୍ଧା ମଦ, ୧୫ ଲି ବାହାର ଭାଟି ମଦ, ୮ ଲିଟର ବିଅର ଏବଂ ୬୭୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୩ ଲକ୍ଷ ୭୧ ହଜାର ୯୪ ଟଙ୍କା ହେବ l ଅଦ୍ୟାବଧି ଅବକାରୀ ବିଭାଗ ୭୭ ଲି ବିଅର୍, ୩୮ଲି ବିଦେଶୀ ମଦ, ୬୫୨୩ ଲି ହାତ ରନ୍ଧା ମଦ, ୧୨୬୮ ଲି ବାହାର ଭାଟି ମଦ ,୬୦କେଜି ଗଞ୍ଜେଇ ଏବଂ ୧,୬୦ ,୦୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୧ କୋଟି ୧୧ ଲକ୍ଷ ୩୬ ହଜାର ୫୩୬ ଟଙ୍କା ହେବ l ଏହା ସହିତ ପାଞ୍ଚ ଗୋଟି ବାଇକ୍ ଏବଂ ଏକ ଚାରିଚକିଆ ଯାନ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ବର୍ତ୍ତମାନ ସୁଦ୍ଧା ୨୦୯ ଟି ଅବକାରୀ କେଶ୍ ରୁଜ୍ଜୁ ହୋଇଛି ଓ ୧୧୦ ଜଣଙ୍କୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ଜଣାଇଛନ୍ତି l ନିର୍ବାଚନ ସମୟରେ ବେଆଇନ୍ ଅବକାରୀ ସାମଗ୍ରୀ ଚାଲାଣ ଓ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l




