Breaking News
ନୂଆପଡା ଉପ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷ ରୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ

ନୂଆପଡା ଉପ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷ ରୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ନବୀନ ସରକାରଙ୍କ ୨୪ ବର୍ଷ ର ଶାସନ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଥିବା ବେଳେ ବିରୋଧୀ ବିଜେପି ନିର୍ବାଚନ ରେ ଦେଇଥିବା ପ୍ରତିଶ୍ରୁତି କୁ ପୁରଣ କରିବାରେ ବିଫଳ ହୋଇଛନ୍ତି। ୩୫୦୦ ଟଙ୍କା ଭତ୍ତା, ୩୦୦ ୟୁନିଟ ମାଗଣା ବିଜୁଳି ପ୍ରଦାନ ରେ ବିଫଳ ହୋଇଅଛି। ଆଜି ନିର୍ବାଚନ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଭୋଟ ଭିକ୍ଷା କରିଥିଲି। ଦଳୀୟ ନେତୃମଣ୍ଡଳୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଦେବୀ ପ୍ରସାଦ ମିଶ୍ର, ନିରଂଜନ ପୂଜାରୀ,ରାଜ୍ୟ ସଭା ସାଂସଦ ନିରଂଜନ ବିଶି ଯୋଗ ଦେଇଥିଲେ। ବିଧାୟକ ଅଧିରାଜ ପାଣିଗ୍ରାହୀ ସହ ବହୁ ନେତା ଯୋଗ ଦେଇଥିଲେ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ




