Breaking News

ନୂଆପଡ଼ା ଉପନିର୍ବାଚନରେ ଭୋଟ୍ ସାବ୍ଯସ୍ତ ପାଇଁ ଉତ୍ସାହିତ ତୃତୀୟ ଲିଙ୍ଗୀ

ନୂଆପଡ଼ା, ୦୪/୧୧ (ପରମେଶ୍ୱର ମେହେର):

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତା ୧୧ ନଭେମ୍ବର ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି । ଏହାକୁ ନେଇ ସାଧାରଣ ଭୋଟରଙ୍କ ସହିତ ତୃତୀୟ ଲିଙ୍ଗୀ ସମୁଦାୟରେ ମଧ୍ୟ ଚର୍ଚ୍ଚା ଓ ଉତ୍ସାହ ପରିଲକ୍ଷିତ ହେଉଛି । ଏହି ନିର୍ବାଚନ ମଣ୍ଡଳୀ ଅଧୀନରେ ମୋଟ ୨୧ ଜଣ ତୃତୀୟ ଲିଙ୍ଗୀ ମତଦାତା ନାମ ପଞ୍ଜିକୃତ ଅଛନ୍ତି, ଯେଉଁଥିରୁ ସମସ୍ତେ ନିଜ ମତାଧିକାର ସାବ୍ଯସ୍ତ କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି । ତୃତୀୟ ଲିଙ୍ଗୀ ସମୁଦାୟର ଜୁଲି ମାଝୀ, ରୋଜି ଯାଦବ, ରଙ୍ଗିଲା ଯାଦବ ପ୍ରମୁଖ କହିଛନ୍ତି ଯେ, ମତଦାନ ଗଣତନ୍ତ୍ରର ସବୁଠାରୁ ପ୍ରମୁଖ ଅଧିକାର । ସମାଜର ସମସ୍ତେ ଭଳି ତାଙ୍କପାଇଁ ମଧ୍ୟ ଏହି ଅଧିକାର ଅତ୍ୟନ୍ତ ମୁଲ୍ୟବାନ । ସେମାନେ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟଦାତାଙ୍କୁ ମତଦାନ କରି ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଅନୁରୋଧ କରିଛନ୍ତି । ସୂଚନାନୁଯାୟୀ, ଆସନ୍ତା ଉପନିର୍ବାଚନରେ ମୋଟ ୨,୫୪,୪୯୭ ଜଣ ମତଦାତା ନାମ ରହିଛି। ସେଥିରେ ୧,୨୯,୯୩୨ ଜଣ ପୁରୁଷ, ୧,୨୪,୫୪୪ ଜଣ ମହିଳାଙ୍କ ସହିତ ୨୧ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି । ତୃତୀୟ ଲିଙ୍ଗୀ ସମୁଦାୟଙ୍କ ଏହି ସକ୍ରିୟ ଅଙ୍ଗଭାଗ ଗଣତନ୍ତ୍ରର ପରିପକ୍ବତାକୁ ସ୍ପଷ୍ଟ କରୁଛି ।

Related Articles

Back to top button