ଭଂଜପୁର ଜଗଦ୍ଧାତ୍ରୀ ମେଳା – ୨୦୨୫ ଉଦଘାଟିତ


ବାରିପଦା – ତା :- ୦୩/୧୧/୨୦୨୫ ରିଖ ସ୍ଥାନୀୟ ଭଂଜପୁର ଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି I କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ହେମକାନ୍ତ ସୟ ଓ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗ ଦେଇ ମେଳାକୁ ଉଦଘାଟନ କରିବା ସହ ମେଳାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I ମୁଖ୍ୟ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ ଧନ୍ୟବାଦ ଅର୍ପଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ, ପୂଜା ସମ୍ପାଦକ ରସିକାନନ୍ଦ ମିଶ୍ର, ମେଳା ସମ୍ପାଦକ ପ୍ରସନ୍ନଜିତ ମହାନ୍ତି ଓ ବରିଷ୍ଠ ସଦସ୍ୟ ପ୍ରିତମ ପଣ୍ଡା ଉପସ୍ଥିତ ଥିଲେ I ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିଲେ I ରାଜଗାଙ୍ଗପୁରର ରେନବୋ କଳାକେନ୍ଦ୍ର ପ୍ରଥମେ ନବଦୁର୍ଗା ନୃତ୍ୟ ପରିବେଷଣ କରିଥିଲେ I ପରେ ପରେ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆକର୍ଷଣୀୟ ନୃତ୍ୟ ପରିବେଶଣ କରିଥିଲେ I କୁନିକୁନି କଳାକାର ମାନଙ୍କ ଓଡ଼ିଶୀ, ସମ୍ବଲପୁରୀ, ଝୁମର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଅଭିଷେକ ସିଂହ ଓ ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ମେଳାରେ ଜିଲ୍ଲା ତଥା ଜିଲ୍ଲା ଏବଂ ରାଜ୍ୟ ପ୍ରାୟ ୩ ଶହରୁ ଉର୍ଦ୍ଧ ଷ୍ଟଲ ପ୍ରଦର୍ଶିତ ହୋଇଛି ବୋଲି ଷ୍ଟଲ ସମ୍ପାଦକ ସପନ ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ I




