ଢେଙ୍କାନାଳରେ ଟାଟାଷ୍ଟିଲ ଓ ଟାଟା ପାୱାର ବିରୋଧରେ ସାମ୍ବାଦିକ ସମ୍ମିଳନୀ


ରିପୋର୍ଟ-ଦୀପ୍ ନାରାୟଣ ଷଡଂଗୀ ସମର୍ଥ ସମାଚାର ଢେଂକାନାଳ
Place-ଢେଙ୍କାନାଳ
-ଢେଙ୍କାନାଳ ଉନ୍ନୟନ ପରିଷଦ ଅଧୀନରେ ଜିଲ୍ଲାବାସୀଙ୍କ ସ୍ୱାର୍ଥରେ ଟାଟାଷ୍ଟିଲ ମେରାମଣ୍ଡଳୀ ଓ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାର ବିରୋଧରେ ଜନ ଅନ୍ଦୋଳନ ଆରମ୍ଭ ପାଇଁ ପଦକ୍ଷେପ ନିଆଯାଇଛି।ଏ ସମ୍ବନ୍ଧରେ ସମାଜସେବୀ ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ପୁରୁଣା ଜିଲା ପରିଷଦ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ,
ଢେଙ୍କାନାଳ ଜିଲ୍ଲାରେ କମ୍ପାନୀ ଥିବା ସତ୍ତ୍ବେ ଜିଲ୍ଲାର ପାରିପାର୍ଶ୍ୱିକ ଉନ୍ନତି ହୋଇନାହିଁ,ଏବଂ ସ୍ଥାନୀୟ ୭୦% ଯୁବକଙ୍କୁ ନିଯୁକ୍ତି ଦେବା ନିୟମ ମାନା ହେଉନାହିଁ ବାହାର ରାଜ୍ୟର ଲୋକଙ୍କୁ ଅଧିକ ନିଯୁକ୍ତି ଦିଆଯାଉଛି।ବିଦ୍ୟୁତ ବିତରଣ ନେଇ ଟାଟା ପାୱାର ବିରୋଧରେ ମଧ୍ୟ ଜୋର ଅସନ୍ତୋଷ ବ୍ୟକ୍ତ ହୋଇଛି,ସ୍ମାର୍ଟ ମିଟର ବସାଇ ମନମାନି ଶୁଳ୍କ ଗ୍ରହଣ କରାଯାଉଥିବା ଅଭିଯୋଗ ହୋଇଛି।ବୈଠକରେ ଟାଟାଷ୍ଟିଲ ଦ୍ୱାରା ଜାନୁଆରୀ ୧୦ରେ ହେବାକୁଥିବା ହାଫ୍ ମାରାଥନ ବର୍ଜନ ପାଇଁ ଆହ୍ୱାନ ଦିଆଯାଇଛି।ସେହିସହିତ, ଢେଙ୍କାନାଳ ସହରର ପୁରୁଣା ଜିଲା ଚିକିତ୍ସାଳୟକୁ “ସିଟି ହସ୍ପିଟାଲ” ଭାବେ ଉନ୍ନତ କରି ଟାଟାଷ୍ଟିଲ ପକ୍ଷରୁ ପରିଚାଳନା ଦାୟିତ୍ୱ ନେବା ଦାବି ମଧ୍ୟ ଉଠିଛି।ବୈଠକରେ ଦଳମତ ନିର୍ବିଶେଷ ନେତାମାନେ “ମାଟି ପାଇଁ ସଂଗ୍ରାମ” ଆହ୍ୱାନ କରିଛନ୍ତି।




