Breaking News
ରାଜାରାଜୁଡା ଅମଳର ମାଁ ଭୈରବୀ ଙ୍କ ମନ୍ଦିର ରତ୍ନମୁଦଉତ୍ସବ l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )- ମାଁ ଭୈରବୀ ଙ୍କ ମନ୍ଦିର ର ରତ୍ନମୁଦ ଅବସରରେ ବୌଦ୍ଧ ଜିଲ୍ଲା ତିଲେଶ୍ଵର ପଞ୍ଚାୟତ ତାକୁଡ଼ ଗାଁରେ ଭବ୍ୟ କଳସ ଶୋଭାଯାତ୍ରା ସହ ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ଗାଁର ଶତାଧିକ ମହିଳା ମାନେ ନୂଆ ପାରମ୍ପରିକ ପୋଶାକ ପିନ୍ଧି, ମୁଣ୍ଡରେ ମାଟି କଳସ ନେଇ ଭକ୍ତିଭାବ ସହ ଶୋଭା ଯାତ୍ରାରେ ସାମିଲ ହୋଇଥଲେ । ନାମ ସଂକୀର୍ତନ ଶଙ୍ଖଧ୍ୱନିରେ ସମଗ୍ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ମନ୍ଦିର କମିଟି ଓ ବିଭିନ୍ନ ମୌଜା ର ଗ୍ରାମବାସୀ ଙ୍କ ମିଲିତ ଉଦ୍ୟମରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ପୂଜକ ଉମେଶ ଯୋଶୀ ଙ୍କ ନେତୃତ୍ୱ ପୂଜା ଅର୍ଚନା ହୋଇଥିଲା! ମାଁ ଙ୍କ ମନ୍ଦିର ରୀତିନୀତି ପୂଜା ଅର୍ଚନା ପରେ ରତ୍ନ ମୁଦ ସ୍ଥାପନ କରାଯାଇଥିଲା ଏବଂ ଅଞ୍ଚଳ ହଜାର ହଜାର ଲୋକଙ୍କ ଜନସମାଗମ ଦେଖିବାକୁ ମିଳିଥିଲା l




