ମହିଲା ସ୍ବାବଲମ୍ବୀ ତାରିଣୀ ଶବର , ବିଭିନ୍ନ ଚାଷ କରି ଲକ୍ଷପତି ଦିଦି ର ସ୍ବପ୍ନ । ନିଜ ସହ ଅନ୍ୟ ମହିଲା ଙ୍କ ପ୍ରେରଣା ସାଜିଛନ୍ତି


କଳାହାଣ୍ଡି: ଜଣେ ମହିଳା ନିଜର ଉଦ୍ୟମ ବଳରେ ଚାଷ କୁ ବୃତ୍ତି ଆପଣାଇ,ଆଜି ଲକ୍ଷ ଲକ୍ଷ ଅର୍ଥ ରୋଜଗାର କରିବା ସହ ଅନ୍ୟ ମହିଲା ମାନଙ୍କୁ ପ୍ରେରଣା ଯୋଗାଇଥାନ୍ତି।ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଋଣ କରି ଆରମ୍ଭ କରିଥିଲେ ମତ୍ସ୍ୟ ଚାଷ।ପ୍ରଥମେ ବିଫଲ ହେବାପରେ ମଧ୍ୟ ହାରମାନିନଥିଲେ।ପୁଣି ମତ୍ସ୍ୟ ଚାଷ,ଛେଲି ଚାଷ,କପା ଓ ଧାନ ଚାଷ କରି ମହିଲା ଚାଷୀ ସ୍ବାବଲମ୍ବୀ ହୋଇପାରିଛନ୍ତି।
VO_ତାରିଣୀ ଶବର ମହିଲା ଚାଷୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ପାଲସିଝରନ ପଞ୍ଚାୟତ ଭିକାଝରନ ଗ୍ରାମ ର ଇନ୍ଦ୍ରା ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଗଠନ କରି ୧୧ଜଣ ମହିଲା ଙ୍କୁ ନେଇ ଆରମ୍ଭ କରିଥିଲେ ମାଛ ଚାଷ।ପ୍ରଥମ ବର୍ଷ କ୍ଷତି ସହିବାପରେ ମଧ୍ୟ ହାର ମାନିନଥିଲେ।ପରେ ମଧ୍ୟ ମାଛ ଚାଷ ରୁ ଆରମ୍ଭ କରି ଯାହା ଆୟ ହେଉଥିଲା ,ଛେଲି ଚାଷ ରେ ବିନିଯୋଗ କରୁଥିଲେ।ସେହିଭଳି କପା ଚାଷ ରେ ପ୍ରତିବର୍ଷ ୫୦କ୍ବିଣ୍ଟାଲ ରୁ ଅଧିକ କପା ଅମଲ କରି ବିକ୍ରୀ କରିଥାନ୍ତି।ମାଛ ,ଛେଲି ,କପା ,ଧାନ ଚାଷ କରି ଲକ୍ଷ ଲକ୍ଷ ରୋଜଗାର କରୁଛନ୍ତି।
ତାରେଣୀ ୪ବର୍ଷ ତଳେ ଇନ୍ଦିରା ଏସ୍ଏଚ୍ଜିର ସଦସ୍ୟା ଭା ଭାବରେ ୧୦ ହଜାର ଟଙ୍କା ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିଲେ | ଏସ୍ଏଚ୍ଜି ପକ୍ଷରୁ ଖଜୁରମୁଣ୍ଡା ପୋଖରୀକୁ ଲିଜରେ ନେଇ ମାଛ ଚାଷ ଆରମ୍ଭ କରିଥିଲେ। ଏହି ଅର୍ଥରେ ତାରେଣୀ ଧିରେ ଧିରେ ଛେଳି ଚାଷ କରିବା ସହିତ ଧାନ ଚାଷ ଓ କପା ଚାଷ ଦ୍ବାରା ଆର୍ଥିକ ସ୍ଵାବଲମ୍ବୀ ହେବାକୁ ଲାଗିଥିଲେ। ଏଥିରେ ତାଙ୍କ ସ୍ଵାମୀ ଚନ୍ଦ୍ରମଣି ଶବର ମଧ୍ୟ ସହଯୋଗ କରନ୍ତି। ମାଛ ସହିତ ଛେଳି ପାଳନ ଲାଭ ଜନକ ହେବା ଯୋଗୁଁ ଏହି ଅର୍ଥରେ ସେ ତାଙ୍କ ବଡ଼ ପୁଅ ବିଜୟ ଶବରଙ୍କୁ ଯୁକ୍ତ ୩ ପର୍ଯ୍ୟନ୍ତ ପାଠ ପଢାଇବା ସହିତ ବର୍ତ୍ତମାନ ସେ ବିଇଡି କରୁଛି। ସେହିଭଳି ସାନପୁଅ ମଳୟ ଶବର ଭବାନୀପାଟଣା ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ଖଜୁରମୁଣ୍ଡାରୁ ଆରମ୍ଭ କରିଥିବା ମାଛ ଚାଷ ବ୍ୟବସାୟ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ଚାଷରେ ମଧ୍ୟ ଅର୍ଥ ବିନିଯୋଗ କରି ଅନ୍ୟ ମହିଳାମାନଙ୍କ ପାଇଁ ସେ ଏବେ ଉଦାହରଣ ସାଜିଛନ୍ତି । ସେ ନିଜେ ଏସ୍ଏଚ୍ଜିର ସାଧାରଣ ସମ୍ପାଦକ ଦାୟିତ୍ଵରେ ରହି ଅନ୍ୟ ମହିଳାମାନଙ୍କୁ ମଧ୍ୟ ସ୍ବାବଲମ୍ବୀ ହେବା ପାଇଁ ଉତ୍ସାହ ପ୍ରଦାନ କରି ଆସୁଛନ୍ତି। ବର୍ଷକୁ ପ୍ରାୟ ସାଢ଼େ ୩ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରି ଆଗକୁ ବିଭିନ୍ନ ଚାଷରେ ବିନିଯୋଗ କରି ଜଣେ ଅଗ୍ରଣୀ ଗ୍ରାମୀଣ ମହିଳା ।
ଉଦ୍ୟୋଗୀ ଭାବରେ ସେ ଉଦାହରଣ ପାଲଟିଛନ୍ତି। ଅନ୍ୟ ମହିଳାମାନଙ୍କୁ ମଧ୍ୟ କିଭଳି ସ୍ବାବଳମ୍ବୀ ହେବେ ସେନେଇ ସଚେତନ କରିଥାନ୍ତି। ସରକାରୀ ସହାୟତା ସହ ପ୍ରଶିକ୍ଷଣ ହେଲେ ରୋଜଗାର ବଢିବ ବୋଲି କହିଛନ୍ତି ତାରିଣୀ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




