Breaking News

ଅଗ୍ନିସ୍ୱରୂପା ମହିଳା କର୍ମଚାରୀ ସଂଘ ତରଫରୁ କିନ୍ନର ସମାଜ ପ୍ରତି ସଚେତନତା ବୈଠକ

ତାଳଚେର, ୦୩/୧୧ତାଳଚେର ପଂଚାୟତ ସମିତି ସଭାଘର ଠାରେ ଅଗ୍ନିସ୍ୱରୂପା କୋଲ୍ ମାଇନସ୍ ମହିଳା କର୍ମଚାରୀ ସଂଘ ତରଫରୁ କିନ୍ନର ସମାଜ ପ୍ରତି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଅଂଚଳରେ ବସବାସ କରୁଥିବା କିନ୍ନର ମାନଙ୍କୁ ଏକଜୁଟ୍ କରି କିଭଳି ସେମାନଙ୍କ ନିମନ୍ତେ ମାନବିକ ଅଧିକାର ସହିତ ବିଭିନ୍ନ ସଂସ୍ଥା ଓ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇ ଜୀବନକୁ ସଠିକ୍ ରାସ୍ତାରେ ନେଇ ପାରିବେ ଏବଂ କିନ୍ନର ମାନଙ୍କ ଯୋଗ୍ୟତା ଭିତିକ ନିଯୁକ୍ତି ପାଇ ପାରିବେ ସେଥିପାଇଁ ମହିଳା କର୍ମଚାରୀ ସଂଘ ସହଯୋଗ କରିବା ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ମୁଖ୍ୟଅତିଥି ଭାବେ ମା ହିଙ୍ଗୁଳା ଫାଉଣ୍ଡେସନ୍ ଓଡିଶାର ମୁଖ୍ୟ ପରିଚାଳକ ତଥା ନିର୍ଦ୍ଦେଶକ ପୁରୁଷୋତମ ଦାଶ, ମୁଖ୍ୟବକ୍ତା ଭାବେ ତାଳଚେର କଂଗ୍ରେସ୍ ର ବିଧାୟକ ପ୍ରାର୍ଥୀ ପ୍ରଫୁଲ ଦାସ, ଆଇନଜୀବୀ ସୁଶୀଲ କୁମାର ମିଶ୍ର, ପୂର୍ବତନ ନଗରପାଳ କେଶବ ଭୂତିଆ, ଅନ୍ୟତମ ଅତିଥି ଭାବେ ସାମ୍ବାଦିକ ଧୀରମୋହନ ରାୟ ମଂଚାସୀନ ଥିଲେ । ସୌଭାଗ୍ୟ ନାୟକ ମଂଚ ପରିଚାଳନ କରିଥିବା ବେଳେ ନାରୀ ସୁରକ୍ଷା ପରିଷଦର ଅଧ୍ୟକ୍ଷା ସସ୍ମିତା ମହାନ୍ତି, ପୁଷ୍ପଲତା ମହାନ୍ତି, ପୂଜାରିଣୀ ନାୟକ, ବୀଣାପାଣି ମହାନ୍ତି, କୁନ୍ତଳା ମହାପାତ୍ର, ବେଦମତୀ ମହାପାତ୍ର, ଅନିତା ମହାନ୍ତି, ପୁଷ୍ପଲତା ପ୍ରଧାନ, କିନ୍ନର ସଂଘର ସଭାପତି, ବାଦଲ ସାହୁ, ଚଗଲା ନାଏକ, ସଂପାଦକ ଭବାନୀ ଦେବୀ ଏବଂ କିନ୍ନର ସଂଘର ୪୦ ଜଣ ସଦସ୍ୟ ଉପସ୍ଥିତ ଥିଲେ । ସଂଘର ସଭାପତି ପ୍ରମିଳା ସାହୁ ଅଧ୍ୟକ୍ଷତା କରିଥିବାବେଳେ ଶିକ୍ଷାବିତ୍ ତଥା ସମାଜସେବୀ ଶୋଭାଗିନୀ ଦେବୀ, ଯୁବନେତା ସତ୍ୟବ୍ରତ ଗଡନାୟକ, ଦିନେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂପାଦିକା ସବିତା ସିଂ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Related Articles

Back to top button