କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ବଡକାର୍ଲାକୋଟ ସରପଞ୍ଚ, ସାମ୍ବାଦିକ ବିରୁଦ୍ଧରେ ଆଣିଲେ ସଙ୍ଗୀନ ଅଭିଯୋଗ


ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡକାର୍ଲାକୋଟ ଗ୍ରାମପଞ୍ଚାୟତର ସରପଞ୍ଚ ଚଞ୍ଚଲା ନାଏକଙ୍କ ଉପରେ ଗ୍ରାମରେ ଥିବା ଜଣେ ସ୍ଥାନୀୟ ସାମ୍ବାଦିକ ରାଜୁ ପାହାଡ଼ ବାରମ୍ବାର ମାନସିକ ନିର୍ଯାତନା ଏବଂ ପ୍ରତେକ କାମରେ ୧୦ ପ୍ରତିଶତ ପିସି ମାଗୁଥିବା ସଙ୍ଗିନ ଅଭିଯୋଗ ଆଣିଛନ୍ତି ସରପଞ୍ଚ। ସରପଞ୍ଚ ଚଞ୍ଚଲା ନାଏକଙ୍କ ଲିଖିତ ଅଭିଯୋଗ ଅନୁସାରେ ସେ ସରପଞ୍ଚ ହେବା ସମୟରୁ ଉକ୍ତ ସାମ୍ବାଦିକ ତାଙ୍କୁ ବିବିନ୍ନ ପ୍ରକାର ଧମକ ଦେବା ସହ ହଇରାଣ କରିଆସୁଛି ଏବଂ ପ୍ରତେକ କାମରେ ୧୦ ପ୍ରତିଶତ ପିସି ମାଗୁଛି, ଟଙ୍କା ନଦେଲେ ମିଛ ଖବର ବାରମ୍ବାର ପ୍ରସାରଣ କରି ବଦନାମ କରିଦେବା ଧାମକ ମଧ୍ୟ ଦେଉଛି।ଗତ ତା. ୨୮ ଅକ୍ଟୋବର ୨୦୨୫ ଦିନ ୧୨ଟା ସମୟରେ ଗ୍ରାମରେ ନିର୍ମାଣାଧୀନ ଖେଳପଡିଆ ଦେଖିବାକୁ ଯାଇଥିବାବେଳେ ରାଜୁ ପାହାଡ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରି, ଶାଢ଼ିକୁ ଟଣାଓଟରା କରିଥିଲା ବୋଲି ଚଞ୍ଚଳା ନାଏକ ଅଭିଯୋଗ କରିଛନ୍ତି। ସେହି ସମୟରେ ତାଙ୍କ ହାତରେ ଥିବା ବୁମ ଉଠାଇ ଭୟ ଦେଇଥିଲେ ଏବଂ ଗୋଟିଏ ନାଲି ରଙ୍ଗର କାରରୁ ପିସ୍ତଲ ବାହାର କରି “ସ୍ଵାମୀ ସ୍ତ୍ରୀ କୁ ସୁଟ୍ କରିଦେବି” ବୋଲି ଧମକ ଦେଇଥିଲେ।ଘଟଣା ପରେ ସରପଞ୍ଚ ଜୟପାଟଣା ଥାନାରେ ସେହି ଦିନ ସନ୍ଧ୍ୟାରେ ଲିଖିତ ଅଭିଯୋଗ ଦେଇଥିଲେ। ପରବର୍ତ୍ତୀ ଦିନ ମାମଲା ରୁଜୁ ହୋଇଥିଲେ ମଧ୍ୟ, ଏବେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ କରିଛନ୍ତି ।
ମହିଳା ସରପଞ୍ଚ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ଏହାର ତଦନ୍ତ କରି ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକଲେ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଆତ୍ମହତ୍ଯା କରିବା ନେଇ ଧମକ ଦେଇଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




