କେସିଙ୍ଗା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନ


କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ଥାନ ପକ୍ଷରୁ ସୋମବାର ବିଦ୍ୟପୀଠ ସ୍କୁଲ ପଡିଆ ରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହା ବର୍ତମାନ ଯୁଗରେ ଧୀରେ ଧୀରେ ଯୁବପିଢ଼ି ଏବଂ ସାଧାରଣ ଳୋକେ ଅଧିକାଂଶ ସମୟରେ ସାଇବର କ୍ରାଇମ ର ଶିକାର ହେଉଥିବା ଦେଖିବାକୁ ମିଳୁଛି ସେହି ଅବସରରେ ଓଡିଶା ସରକାର ଙ୍କ ଆନୁକୂଲ୍ୟରେ ଲୋକଙ୍କୁ ସାଇବର କ୍ରାଇମ ରୁ ସତର୍କ ରହିବା ପାଇଁ ସମଗ୍ର ଓଡିଶା ରେ ପୋଲିସ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି। ଦିନ କୁ ଦିନ ହଜାର ହଜାର ସଂଖ୍ୟାରେ ଗରିବ ଲୋକ ମାନେ ସାଇବର ଠକେଇ ର ଶିକାର ହୋଇ ଲକ୍ଷ୍ୟ ଲକ୍ଷ୍ୟ ତାଙ୍କର କ୍ଷତି ସହୁଛନ୍ତି ବିଭିନ୍ନ ପ୍ରକାର ରେ ସାଇବର ଠକ ମାନେ ନୁଆଁ ନୁଆଁ ପନ୍ଥା ଗ୍ରହଣ କରି ଲୋକଙ୍କୁ ଇଆଡୁ ସେୟାଡୁ କଥାରେ ଫସେଇ ପଇସା ଠକି ନେଉଥିବା ଦେଖିବାକୁ ମିଳୁଛି ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ଏସ,ଡି,ପି,ଓ, ସନ୍ଦୀପ ମାଝୀ, ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ, ଏସ ଆଇ ରାଜେଶ ପରିଡା କେସିଙ୍ଗା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଲିଙ୍ଗରାଜ ମହାନନ୍ଦ, ଭବାନୀପାଟଣା ସାଇବର ଇନିସ୍ପେକଟର ଚନ୍ଦନ ସାହୁ ଉପସ୍ଥିତ ରହି ସାଇବର ଠକେଇ ରୁ ଦୁରେଇ ରହିବାକୁ ସଚେତନ ର ବାର୍ତ୍ତା ଦେଇଥିଲେ ଏହି ସଚେତନ ରେ କେସିଙ୍ଗା ଶିକ୍ଷା ବିଭାଗ ର ସମସ୍ତ ସ୍କୁଲ ର ଛାତ୍ର ଛାତ୍ରୀ ଥିବା ବେଳେ ସମସ୍ତ ପୋଲିସ ଅଧିକାରୀ ମାନେ ସହଯୋଗ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର




